ଦୟାକର ପ୍ରଭୁ
ଦୟାକର ପ୍ରଭୁ


ହେଲା ଶିଳାନ୍ୟାସ ହୋଇବ ମନ୍ଦିର
ଅଯୋଧ୍ୟା ଓଠରେ ହସ
ରାମ ଭଗବାନ କରିଲେ କଲ୍ୟାଣ
କରୋଣାର ହେବ ଶେଷ ।
ସାକ୍ଷୀ ଇତିହାସ ପ୍ରଭୁଙ୍କ ଆଶିଷେ
ହସିଛି ମୁକୁଳା ମାଟି
ଅଦ୍ଭୁତ ଘଟଣା ଘଟିଛି ଅନେକ
ବିପଦ ଯାଇଛି ହଟି ।
ପ୍ରଭୁ କଲେ ଦୟା ଅଶରୀରି ମାୟା
ଅଚିରେ ହୋଇବ ଶେଷ
ଦୁଃଖ ଅବସାଦ ଅପସରି ଯିବ
କରୋଣା ହୋଇବ ନାସ ।
କରୋଣା ଭୟରେ ଜୀବନ ଅସ୍ଥିର
କଟକଣା ମାରେ ଛାଟ
ବାଟ ବନ୍ଦ ଏଠି, ପେଟ ପାଇଁ ନାଟ
ମନ ହୁଏ ଛଟପଟ ।
ପ୍ରକୃତି ଆଗରେ ଛାର ଏ ମଣିଷ
ଭରଷା ହେ ଭଗବାନ
ଦୟା କର ପ୍ରଭୁ ରକ୍ଷାକର ପ୍ରଭୁ
ପାଦତଳେ ନିବେଦନ ।