STORYMIRROR

Sudhir Kumar Panda

Abstract

3  

Sudhir Kumar Panda

Abstract

ଦୂରଭାଷ

ଦୂରଭାଷ

1 min
11.8K


ତାରଲଗା ସେଇ ଦୂରଭାଷ ଯନ୍ତ୍ର ଥିଲା ଯେତେଦିନ ଯାଏଁ

ସମ୍ପର୍କକୁ ସିଏ ବାନ୍ଧି ବାନ୍ଧି ରଖୁଥିଲା ଡାକି ସେ ଆପଣାଛାଏଁ।

ଯେବେଠାରୁ ଇଏ ଚଳମାନ ହେଲା ହୋଇଗଲା ତାର ମୁକ୍ତ

ଧିରେ ଧିରେ ସେଇ ଛୋଟିଆ ଯନ୍ତ୍ରରେ ସୁବିଧା ଅନେକ ଯୁକ୍ତ।

ଜଗିରହୁଥିଲେ ନିର୍ଦ୍ଧିଷ୍ଟ ସମୟେ କଥା ଟିକେ ହେବାପାଇଁ

ଭାସି ଆସୁଥିଲା କଥାର ଲହରୀ ଆପଣାପଣକୁ ଛୁଇଁ।

ବାହାରେ ରହିଲେ ଖୋଜା ପଡୁଥିଲା ବୁଥଟିଏ ଅଛି କାହିଁ

ଯେଉଁମାନେ ଠାରୁ ଆମ ବାର୍ତ୍ତାର ଚାହିଦା ପୁରଣ କରିବା ଯାଇ।

ଭ୍ରାମ୍ୟଭାଷ ଯନ୍ତ୍ର ଆସିବା ପରଠୁ ତାରଲଗା ଫୋନ୍ ମଲା

ଧୀରେ ଧୀରେ କରି ତାହାର ଆଦର ଜନମାନସରୁ ଗଲା।

ମୋବାଇଲ ଫୋନ ଅଲ-ଇନ-ଓ୍ବାନ ସବୁ ତ ସେଥିରେ ବନ୍ଧା

କଥା ଚଳଚ୍ଚିତ୍ର ଘଡି ଓ କ୍ୟାମେରା ରେଡିଓ ଟର୍ଚ୍ଚ ସୁବିଧା।

ଟିକଟ କରିବା, ପତ୍ରୀକା ପଢିବା, ଦୂରଦର୍ଶନର କାର୍ଯ୍ୟ

ସୁବିଧା ସୁରକ୍ଷା ସାମଗ୍ରୀ କିଣିବା ଅର୍ଥ ଦେଣନେଣ ଧାର୍ଯ୍ୟ

ବିପଣୀ ଟିପ୍ପଣୀ ଚହଟ ଚିକ୍କଣୀ ସୁନ୍ଦର ଏ ମୋବାଇଲ

ଆନ୍ତରିକତାର ମୂହୁର୍ତ୍ତ ଅବଶ୍ୟ ନେଇ କିଛି ଚାଲିଗଲ।

ସମୟ ସହିତ ବଦଳେ ଅନେକ ବଦଳିଗଲାଣି ଫୋନ

ତୁମେ କିନ୍ତୁ କେବେ ବଦଳାଅ ନାହିଁ ସ୍ନେହ ପ୍ରେମ ଭରା ମନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhir Kumar Panda

Similar oriya poem from Abstract