Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunanda Mohanty

Abstract Action Inspirational

3  

Sunanda Mohanty

Abstract Action Inspirational

ଦୂର ନୁହେଁ ଆଉ

ଦୂର ନୁହେଁ ଆଉ

1 min
138


 

ଯୋଜନା ଓ ଜୋଜନ ଜୋଜନ

ଅସମାଞ୍ଜସ୍ୟ ଓ ସାମ୍ୟ

ଆଣେ ନୀରବତା

ଫର୍ଦ୍ଦ ଫର୍ଦ୍ଦ ଚିଠି ଲେଖାହୁଏ

କିଛି ବୁଝିହୁଏ କିଛି ଅସ୍ପଷ୍ଟ 

ଦୂର ଆକାଶରେ ଜହ୍ନ ଆଖିମାରେ

ପୃଷ୍ଠା ପରେ ପୃଷ୍ଠା ଚିରାହୁଏ

ଶବ୍ଦ ସବୁ ଖେଳୁଥାଆନ୍ତି ଲୁଚକାଳି

ଅର୍ଥ ରୁ ଅନର୍ଥ ହେବ ଭାବି

କାଗଜ ଡ଼ଙ୍ଗା ଭସେଇବାକୁ ହୁଏ

ନିଷ୍ଫଳତା ସଉଦା ପଡିରହେ

ତାରା ଆଖି ମିଟିକା ମାରେ

ଫୁଲମାନେ ନୁଆଁଇ ମଥା

ଫୁଲ ଫୁଟି ଝରିଯିବା ପାଇଁ ବ୍ୟାକୁଳ

ଯିଏ ଯାହା ଧର୍ମ ପାଳନ ରେ ମସଗୁଲ

ଯୋଜନା ସବୁ ଅସହାୟତା ଭିତରେ

ପଡି ଉଠି ଆଗକୁ ବଢିବାର ପ୍ରଚେଷ୍ଟା

ମଣିଷର ମନୁଷ୍ୟତା ଫିକା ଫିକା ଭିତରେ

ଚେତନାଶୀଳତା ଉଦ୍ରେକ କରିବା ବେଳ ଆସେ

ଛପି ଛପି ଯୋଜନ ଦୂରତା ଦୂରେଇ

ପାଖେଇ ଆସେ ମୂଲ୍ୟବୋଧ

ମାନବିକତା ଦ୍ୱାହିରେ ।


Rate this content
Log in

Similar oriya poem from Abstract