ଦୁର୍ଲ୍ଲଭ
ଦୁର୍ଲ୍ଲଭ
ଭିକ୍ଷୁକ ଟେ ସାଜି ତୁମରି ଆଗରେ ନିତ୍ୟେ କରୁଛି ଗୁହାରି
ଅନ୍ଧପଣେ ନଜଣାଇ ଅଗଣିତ ଦାନଜୀବନେ ଦେଇଛ ଭରି l
ସାରା ବିଶ୍ୱକୁ ସଂଦର୍ଶନେ ଦେଇ ଅଛ ବେନି ନୟନ
ହଜିଛି ଘୋର ଅନ୍ଧକାରେ ନୟନ ହୀନର କି ଜୀବନ l
ବେନି କର୍ଣ୍ଣେ ଉତ୍ତମ ଶୁଣିଣ ଭାଷିବା ମଧୁର ବାଣୀ
ଦୁଇ ହାତେ ଦୁଃଖିଙ୍କୁ ସେବି ତାହାକୁ କର୍ତ୍ତବ୍ୟ ମଣି l
ସତ କର୍ମ କରି ଶତ ପଥେ ଚଳି ରଖିବି ତୁମ୍ଭର ମାନ
ଚଉରାସୀଲକ୍ଷ ଯୋନି ଭ୍ରମଣ ପରେ ଲଭିଛି ଦୁର୍ଲ୍ଲଭ ଜନ୍ମ l
ଆକର୍ମଣ୍ୟ ମୋତେ କରିନାହଁ ପ୍ରଭୁ ଦେଇଛ ନିଖୁଣ ତନୁ
ନିରତେ ସେବୁସେ ତୁମରି ପୟର କ୍ଳେଶ ଦୂରକରି ମନୁ l
ସ୍ବଧର୍ମ ଆଚରି ବିଶ୍ୱାସୀ ନରହରି ଜୀବନ ବାଟରେ ଚଳ l
ପ୍ରଭୁ ହୃଷିକେଶ କରୁଣା ବରଷି ତୋହପାସେ ଥିବେ ସର୍ବକାଳ l