STORYMIRROR

Sagar Kumar Parida

Inspirational

4  

Sagar Kumar Parida

Inspirational

ଦୁର୍ଘଟଣା

ଦୁର୍ଘଟଣା

1 min
204

ଜୀବନ ରାସ୍ତାରେ ଚାଲୁଥିବା ବେଳେ

ଅଶୁଭ ମୁହୂର୍ତ୍ତ ଉପଗତରେ,

ଅସାବଧାନରେ ସମ୍ମୁଖୀନ ହେଉ

କେତେବେଳେ ଦୁର୍ଘଟଣା ସାଥିରେ।।


ମଦ ପିଇ କରି ଗାଡି ଚଳାଇଲେ

ମନ ଉଡୁଥାଏ ମହାଆକାଶ,

ସେ ନିଶା ବଳରେ ଅମୂଲ୍ୟ ଜୀବନ

ଦୁର୍ଘଟଣା ଗ୍ରସ୍ତେ ହୁଅଇ ନାଶ।।


ଗ୍ୟାସ ସିଲିଣ୍ଡର କିରୋସିନି ଷ୍ଟୋଭ

ଜାଳିଲା ବେଳରେ ସଚେତ ଥିବା,

ଅନ୍ୟମନସ୍କ ଟିକିଏ ହୋଇଲେ

ଦୁର୍ଘଟଣା ସାଥେ ଭେଟ ହୋଇବା।।


ସାପ କାମୁଡ଼ିବା, ବିଦ୍ୟୁତ ଆଘାତ

ଦୁର୍ଘଟଣା ଯେବେ ଆସେ ଜୀବନେ

ପ୍ରାଥମିକ ଉପଚାର ସଙ୍ଗେ ସଙ୍ଗେ

ଡାକ୍ତରଖାନାକୁ ଯିବା ତତକ୍ଷଣେ।।


ଗାଡି ଚଳାଇବା ହେଲମେଟ ପିନ୍ଧି

ପିଇବାନି ମଦ ଜୀବନେ କେବେ,

ଦ୍ରୁତ ଗତିରେ ନ ଚଳାଇ ଗାଡି

ଦୁର୍ଘଟଣା ଠାରୁ ରହିବା ଦୂରେ।।


କ୍ରୋଧ ଉପରେ ରଖ ନିୟନ୍ତ୍ରଣ

ସବୁବେଳେ ରୁହ ପ୍ରଫୁଲ୍ଲ ଚିତ୍ତ,

ତେବେ ଦୁର୍ଘଟଣା ପାଖ ମାଡିବନି

ଖୁସିରେ ଚାଲିବ ଜୀବନ ପଥ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational