ଦୁଖିନି ମା
ଦୁଖିନି ମା
ଯିଏ ଦୁଃଖ କଷ୍ଟ ସହି ଜନମ ଦେଲା
ଆଜି ସେଇ ମା କେମିତି ଅଲୋଡ଼ା ହେଲା ।
କୋଳେ ନେଇ ଚାନ୍ଦ ଦେଖାଇ ଖୁଆଉଥିଲା
ଆଜି ସେଇ ମା କେମିତି ଅଲୋଡ଼ା ହେଲା ।
ଯେତେ ଦୋଷ କଲେ ସବୁ ଭୁଲି ଯାଉଥିଲା
ଆଜି ସେଇ ମା କେମିତି ଅଲୋଡ଼ା ହେଲା ।
ଗଣ୍ଠିର ଧନ ହୃଦ ସଙ୍ଖାଳି କରିଥିଲା
ଆଜି ସେଇ ମା କେମିତି ଅଲୋଡ଼ା ହେଲା ।
ସନ୍ତାନ ମୁଖ ଚାହିଁ ଯେ ଦୁଃଖ ଭୁଲିଗଲା
ଆଜି ସେଇ ମା କେମିତି ଅଲୋଡ଼ା ହେଲା ।
ମମତାର ଅମୃତ ପାନ କରାଇ ଥିଲା
ଆଜି ସେଇ ମା କେମିତି ଅଲୋଡ଼ା ହେଲା ।
ପଣତକାନି ରେ ଯିଏ ବାନ୍ଧି ରଖିଥିଲା
ଆଜି ସେଇ ମା କେମିତି ଅଲୋଡ଼ା ହେଲା ।
ହାତ
ଧରି ଯିଏ ଚାଲିବା ଶିଖାଇ ଥିଲା
ଆଜି ସେଇ ମା କେମିତି ଅଲୋଡ଼ା ହେଲା ।
ନିଜ ଶିଶୁ ପାଇଁ ଯିଏ ସବୁ ତ୍ଯାଗ କଲା
ଆଜି ସେଇ ମା କେମିତି ଅଲୋଡ଼ା ହେଲା ।
ବୃଦ୍ଧ ବୟସେ ତା ଆଖିରୁ ଲୁହ ଝରିଲା
ଆଜି ସେଇ ମା କେମିତି ଅଲୋଡ଼ା ହେଲା ।
ଖୁଆଇ ଥିଲା ସେ ଖାଇବାକୁ ନ ପାଇଲା
ଆଜି ସେଇ ମା କେମିତି ଅଲୋଡ଼ା ହେଲା ।
ଜରା ଶ୍ରମେ ରହି ଯିଏ ମଙ୍ଗଳ ଚାହିଁଲା
ଆଜି ସେଇ ମା କେମିତି ଅଲୋଡ଼ା ହେଲା ।
ବାର ଓଷା ବ୍ରତ ପୁଅ ପାଇଁ କରିଥିଲା
ଆଜି ସେଇ ମା କେମିତି ଅଲୋଡ଼ା ହେଲା ।
ପୁଅ ପର କଲେ ବି ଯା ଅନ୍ତର ଝୁରିଲା
ଆଜି ସେଇ ମା କେମିତି ଅଲୋଡ଼ା ହେଲା ।