STORYMIRROR

Pt.Abhaya Kumar Tripathy Sharma

Tragedy

3  

Pt.Abhaya Kumar Tripathy Sharma

Tragedy

ଦୁଃସହ ଜୀବନ

ଦୁଃସହ ଜୀବନ

1 min
194


ଦୁଃସହ ଜୀବନ ଯନ୍ତ୍ରଣା ପ୍ରଦାହେ

ନିମିଷକେ ଅଛି ନାହିଁ

ଶାନ୍ତି ଖୋଜିଲେ ଏ ମିଛ ସଂସାରେ

ମୃତ୍ୟୁ ପରେ ମିଳେ ଯାଇ l


ବାଳୁତ କାଳ କା' ସୁଖରେ କଟିଛି

କଟିଛି ଦୁଃଖରେ କା'ର

ହା' ହା' କାରେ ବଞ୍ଚେ ଉପାସେ ବିନିଦ୍ରେ

ଅଲୋଡ଼ା ଜୀବନ ମୋର l


କେବଳ ଲୋଡ଼ା ମୋ ଉପାର୍ଜନଯାକ

ସଂସାର ଲୋକଙ୍କ ପାଇଁ

ସୁଖରେ ସଭିଏଁ ଦୁଃଖେ କେହି ନୁହେଁ

ଏଇତ ମରତ ଭୂଇଁ l


କେହି ନୁହେଁ କା'ର ଅଳିକ ସଂସାର

ଜନ୍ମଦାତା ଓ ଜନ୍ମିତ

ଆଉକେ ହୋଇବ ଭାଇତ ଭଗାରୀ

କୁଟୁମ୍ବେ ଚୋରାନ୍ତି ବିତ୍ତ l


ଆକୁଳେ ଡାକୁଛି ଆହେ ନାରାୟଣ

କର ମୋତେ ପରିତ୍ରାଣ

ଜାଣିବାରେ କିଛି ଅପରାଧ ନାହିଁ

କିମ୍ପା ଦୁଃସହ ଜୀବନ l


Rate this content
Log in

Similar oriya poem from Tragedy