STORYMIRROR

Akshayakumar Dash

Inspirational

3  

Akshayakumar Dash

Inspirational

ଦୁଃଖ

ଦୁଃଖ

1 min
11.6K

ଦୁଃଖ କାହାର ନାହିଁ

ଯୋଗୀରୁ ଭୋଗୀ ଧନୀ କି ଗରିବ

ଭିକାରୀରୁ ଅଧିକାରୀ 

ପ୍ରେମ, ବନ୍ଧୁତ୍ୱ, ରୋଗ, ଅର୍ଥ ପାଇଁ

ଦେଖାଦିଏ ବହୁରୂପୀ କେତେ ରଙ୍ଗେ

ସବୁ ଯେତେ ଥିଲେ ଦୁଃଖ

କେବେ ବାସ୍ତବ ନୁହଁତ

ଜନ୍ମ ଠାରୁ ମୃତ୍ୟୁ

ତରଙ୍ଗ ସାଥିରେ

ଦୁଃଖ ସବୁ ଭେଟ ହୁଏ

କାଳି ଜହ୍ନ ପରି

ଯେତେ ସବୁ ଆସେ ମାଡି

ମହାମାରୀ ରୂପ ଧରି

ଅନୁଭବ କଲେ ସବୁ କାରଣ ପଛରେ

ଅବାସ୍ତବ ଚିତ୍ରଟିକୁ ଆଙ୍କେ

ସବୁଦୁଃଖ ମରୀଚିକା ସମ

ଜ୍ଞାନ ଚକ୍ଷୁ ଖୋଲି

ଦେଖିବାକୁ ଗଲେ

ଜନ୍ମ ଆଉ ମୃତ୍ୟୁ ବାସ୍ତବ କ୍ଷେତ୍ରରେ

ଅନ୍ୟସବୁ ଅବାସ୍ତବ ମନ ତାର ଗୁରୁ

ଝାଡ଼ିଦେଇ ମେଘ ପୁଣି ଆକାଶ ନର୍ମଳ

ଖରା ଛାଇ ପରି ଖେଳ

ନୁହେଁ କେବେ ଚିର ସହୋଦର  

ଅଜ୍ଞାନତା ଦୁଃଖର କାରଣ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Inspirational