STORYMIRROR

SARADA NAYAK

Abstract Tragedy Others

3  

SARADA NAYAK

Abstract Tragedy Others

ଦୁହିତା

ଦୁହିତା

1 min
233

ଜଳି ଯାଉ ସବୁ ସ୍ମୃତି

ସମୟର ଶିଖା ଦେଇ

ବାକି ଯାହା ଅନାବନା

କିଛି ଆବଶ୍ୟକ ନାହିଁ।

ସେ ଶିଖା ଆଲୋକେ 

ପ୍ରଜ୍ବଳିତ ହେଉ ତୁମ ଭବିଷ୍ୟତ

ଲିଭି ଯାଉ ସେ ଅତୀତ

ଯାହା ତୁମ ପାଇଁ କଳଙ୍କିତ।

ହଜି ଯାଉ ସେସବୁ 

ଯାହା ଦେଇଥିଲ ନେଇଥିଲ

ଭୁଲି ଯାଅ ତୁମେ 

କେବେ କାହାକୁ ପାଉଥିଲ ଭଲ।

ଛାଡ଼ି ଦିଅ ସେ ଅଭ୍ୟାସ ସବୁ

ଯାହା ମୋତେ ଭଲ ଲାଗେ

ଜାଣିଥାଏ କଷ୍ଟ ସିଏ

ଯିଏ ବିରହ କୁ ଭୋଗେ।

ଗଢ଼ା ହେଉ ପୁଣି ତୁମ

ନୂଆ ସମ୍ପର୍କ ନୂଆ ଭବିଷ୍ୟତ

ଦୁହିତା ହୁଅ ତୁମେ

ଯାହା ହେବ ଦୁଇ କୂଳକୁ ହିତ।



Rate this content
Log in

Similar oriya poem from Abstract