STORYMIRROR

Chittaranjan Lenka

Inspirational Abstract Others

2  

Chittaranjan Lenka

Inspirational Abstract Others

ଦୁହିତା

ଦୁହିତା

1 min
14K


ଦୁହିତା ଅଟଇ    ଦୁଇ କୁଳ ପାଇଁ

ସର୍ବଦା ହିତକାରିଣୀ

ଅନାଦର ଯୋଗୁଁ    ବହୁତ ଦୁହିତା

ସାଜନ୍ତି ଦୁଷ୍ଟ ଯୋଗିନୀ


ତିନିଟି ଭୂମିକା     ନିଖୁଣ ଭାବରେ

ଯିଏ କରି ଦେଇ ପାରେ

ସାଧାରଣ ତାକୁ     ଭାବିବ କଳ୍ପନା

କେବଳ ନିର୍ବୋଧ ଠାରେ


ବାପଘରେ କିଏ      ଅନାଦର ହୁଏ

ଶାଶୁଘରେ ପାଏ ଦଣ୍ଡ

ସରଳ ସୁଶୀଳ   ଦୁହିତା ବି ହୋଇ

ପାରେ ରୁକ୍ଷ ଓ ପାଷଣ୍ଡ


ଯାହା ମୁଁ ଦେଖିଲି    ତାହା କହିଦେଲି

ଏପଟ ସେପଟ ଲେଖି

କାହାର କର୍ତ୍ତବ୍ୟ    କେମିତି ରହିଛି

ଭାବିଲେ ପାରିବ ଶିଖି


ଚିତ୍ତ ରଞ୍ଜନ ଲେଙ୍କା (କଟକ) ©


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational