ଦଶହରା
ଦଶହରା
ଦଶହରା ଆସିଅଛି: ନୀଳତିମିର ମହାମୋହଭରା
ଆକର୍ଷଣରେ ପିଲାଙ୍କ ଅପମୃତ୍ୟୁରେ
ଆସନ୍ନ ପ୍ରସବା ମହିଳାଙ୍କ ଅକଥନୀୟ ଯାତନାରେ
ରୋଗିଣା ନିରାମୟରେ ଅସୁସ୍ଥ ଚିକିତ୍ସା ଚକ୍ରରେ
ଦଶହରା ଆସିଅଛି:
ବୈଷୟିକ ଛାତ୍ରଙ୍କ ବିଷଭରା ଅପରାଧରେ
ନୀଳ ଜହରର ଅବାଧ, ଅନାକାଂକ୍ଷିତ ପ୍ରସାରରେ
କ୍ରମବର୍ଦ୍ଧିଷ୍ଣୁ ପରକୀୟା ପ୍ରୀତି ଓ ବଳାତ୍କାରର
ନୀଳବଳୟରେ
ଦଶହରା ଆସିଅଛି: କରୋନା କ୍ଷତ ଓ କ୍ଷତିରେ
ମଝିର ଅଭିବୃଦ୍ଧି ହାରରେ- ଆର୍ଥିକ ଉଦବେଳନରେ
ବସ୍ତୁ ଓ ସେବା ଜରର ଅପରିହାର୍ଯ୍ୟ ପ୍ରବର୍ତ୍ତନରେ
ଦଶହରା ଆସିଅଛି: ଲ୍ୟାଟଖୋର ପ୍ରଶାସକଙ୍କ ସଂଖ୍ୟା
ବହୁଳତାରେ ପରସେଣ୍ଟଜ୍ ରାଳରେ
ଫକିଳ, ପ୍ରଦୂଷିତ ଶାସନ ବ୍ୟବସ୍ଥାରେ
ସର୍ବତ୍ର ପରିବ୍ୟାପ୍ତ ଦୁର୍ନୀତିର ଲମ୍ବା ଚେରରେ
ଦଶହରା ଆସିବ:.
ନୀତିକୀତି ଯୁକ୍ତ ସମାଜବ୍ୟବସ୍ଥାର ଇନ୍ଦ୍ରନୀଳ ସ୍ଵପ୍ନରେ
ସ୍ଵଚ୍ଛ, ପାରଦ, ଉତ୍ତରଦାୟୀ କର୍ମସଂସ୍କୃତି ଭରା
ପ୍ରଶାସନରେ
ବ୍ୟବସ୍ଥାର ବିବର୍ତ୍ତନରେ ପରିବର୍ତ୍ତନର ସୁନେଲି ସ୍ୱରରେ ।
