STORYMIRROR

Kalpana Kumari Pradhan

Fantasy

4  

Kalpana Kumari Pradhan

Fantasy

ଦର୍ପଣ

ଦର୍ପଣ

1 min
404

ଚଳଚ୍ଚିତ୍ର ନୁହେଁ ଏଯେ ଦର୍ପଣଟିଏ ଆମ ଜୀବନରେ

ଫୁଟିଉଠେ ଏଠି ତେଲ,ଲୁଣ ସଂସାର କାହା କଳ୍ପନାରେ l


ଚିତ୍ତବିନୋଦନର ଖୋରାକ ଯୋଗାଇ ବାନ୍ଧି ଥାଏ ଡୋରୀ

କେବେ ସେ ହସାଏ, କନ୍ଦାଏ ସାଜି କୁହୁକ ପରୀ l


କଳାକାର ନିଚ୍ଛକ ଅଭିନୟେ ଦର୍ଶକ ପଡନ୍ତି ବନ୍ଧା

କଳା ତା ଜୀବନ, ସ୍ପନ୍ଦନ ପ୍ରେମେ ତା ଚ୍ଛନ୍ଦା l


ଦର୍ଶକଟିଏ କଳାକାର ମଧ୍ୟେ ନିଜକୁ ପାରଇ ଖୋଜି

ଅସ୍ଥିରମନ ହୁଅଇ ହାଲୁକା ଚଳଚ୍ଚିତ୍ର ମଧ୍ୟେ ମଜ୍ଜି l


ସମାଜ ମଧ୍ୟରେ ସଚେତନତାର ବାରତା ଯାଏ ସଞ୍ଚରି

କଷଣ ଶୋଷଣ ଦୁର୍ନୀତିର ବାସ୍ତବ ଚିତ୍ରକୁ ପ୍ରସାରୀ l


ପ୍ରେମ ପ୍ରଣୟର ଆମର ଗାଥା ଯାଏ କହି

ପୀରତି ଏକ ସ୍ୱର୍ଗୀୟ ଭାବନା ଅନ୍ତରେ ବହି l


ପୁରାଣ ପୃଷ୍ଠା କୁ ଆମରି ଆଗରେ ଖୋଲେ

ଇତିହାସର ଆମର ଗାଥା ତା ସଙ୍ଗେ ଭଲେ l


    


Rate this content
Log in

Similar oriya poem from Fantasy