ଦରିଦ୍ରର ପୂଜାରୀ କିଏ ?
ଦରିଦ୍ରର ପୂଜାରୀ କିଏ ?
ଉତ୍କଳର ମଣି ଦରିଦ୍ର ସେବକ
ଥିଲେ ଜଣେ ଭଦ୍ର ଲୋକ,
ଦରିଦ୍ର ସେବା ହିଁ ଈଶ୍ୱରଙ୍କ ସେବା
ସେ ଥିଲେ ତାର ସେବକ l (1)
ଦରିଦ୍ରମାନଙ୍କର ସେବା କରି
ଦୁଃଖୀର ସେ ଦୁଃଖୀ ଥିଲେ,
ଘୃଣା ନ କରି କୌଣସି ରୋଗୀକୁ
ଦୁରେଇ ଦେଉ ନ ଥିଲେ l (2)
ସେ ମହାନ ନେତା ସ୍ୱାଧୀନ ସଂଗ୍ରାମୀ
ଜନମିଲେ ସୁଆଣ୍ଡୋରେ,
ପରୋପକାରୀ ବୀର ପୁରୁଷ ଭାବେ
ଖ୍ୟାତ ସମଗ୍ର ଦେଶରେ l (3)
ମାତାଙ୍କର ନାମ ସ୍ବର୍ଣ୍ଣମୟୀ ଦେବୀ
ପିତାଙ୍କ ନାମ ଦୈତାରୀ ,
ସୁଯୋଗ୍ୟ ସନ୍ତାନଙ୍କୁ ଜନମ ଦେଇ
ମାତା ଯାଇଥିଲେ ମରି l(4)
ସେହି ମହାନ ପୁରୁଷଙ୍କର ନାମ
କିଏ ସେ କହିବ ଆସ,
ଏହି ଦେଶ ପାଈଁ ସ୍ୱାଧୀନତା ଆଣି
ରଖିଯାଇଛନ୍ତି ଯଶ l (5)
ପରୋପକାରୀ ଦରିଦ୍ର ପୂଜାରୀଙ୍କୁ
ଆସ ସ୍ମରଣ କରିବା ,
ତାଙ୍କ ପରି ଦିନେ ନା' ଦିନେ ହେବା
ରାଣ ପକାଇ କହିବା l (6)