STORYMIRROR

Saroj Kumar Jena

Inspirational

3  

Saroj Kumar Jena

Inspirational

ଦରଦୀର ଖଣି ଉତ୍କଳ ମଣି

ଦରଦୀର ଖଣି ଉତ୍କଳ ମଣି

2 mins
255

ନିୟତିର ଲେଖନୀ ମୁନ ଚାଳନା ବେଳେ

 ବୋଧ ହୁଏ ଦୁଃଖ ଗିରିଶୃଙ୍ଗଟିକୁ ରଚିଥିଲେ

 ଏହି ମନୁଷ୍ୟ ପାଇଁ ,

ବୋଧେ ନିୟତି ଜାଣି ଖଞ୍ଜନା କରିଥିଲା

 ସେହି ଭାର୍ଗବୀ ନଦୀ ତୀରରେ

ସୁଆଣ୍ଡୋ ଗ୍ରାମରେ ଏକ ସୁତକୁ ।

ଯିଏ ତୁଳସୀର ପଲ୍ଲବ ସୁବାସ ଭଳି

 ସୁବାସିତ ହେଲା ,

ଆଉ ସମୟର ଅନ୍ତରାଳରେ

 ସଭିଙ୍କୁ ମୋହିତ କରିଥିଲା

ରାଇଜରୁ ରାଇଜ ସବୁଠି ହୋଇଥିଲା

 ସଭିଙ୍କ ପ୍ରିୟପାତ୍ର ।

ସତରେ ନିଜର ଜୀବନକୁ ଜଳାଞ୍ଜଳି ଦେଇ

 କେତେ ଯେ ବାତ୍ୟା ,ବନ୍ୟା, ଦୁର୍ଭିକ୍ଷର

କଷଣ ଧାରାରେ ସେ ଅନ୍ୟର ସମ୍ମୁଖେ

 ହୋଇଛି ଦଣ୍ଡାୟମାନ ,

ସତେ ଯେପରି ଲୁପ୍ତ ଦୀପଶିଖାର

 ଉଜ୍ଜୀବିତ ଭରା ତୈଳ ।

ମାଟି ମାର କଷଣକୁ ସହ୍ୟ ନକରିପାରି

 ନୂତନ ଆଶାର କିରଣ ବୁଣିଥିଲେ

 ଉତ୍କଳ ପାଇଁ ,

ସ୍ଵତନ୍ତ୍ର ଉତ୍କଳ ରାଜ୍ୟ ନିର୍ମାଣରେ

 ତୁମେ ଥିଲେ ଅନନ୍ୟ ମଉଡ଼ମଣି ।

 ଶିକ୍ଷା ,ଦୀକ୍ଷା ,ଲାଳସାରେ ଲିପ୍ତ ହୋଇ

 ସଙ୍ଗେ ସମାଜର ସେବା ,

ଏହି ମଣିଷଟିକୁ ଗଢ଼ି ତୋଳିଥିଲା

 ଏକ ଉଦାରତା ବ୍ୟକ୍ତି ଭାବେ ।

 ବାଳୁତ ଜନ୍ମ କଷଣ ସଙ୍ଗେ ମାତୃ ବିୟୋଗ

 ଯୌବନର ଗୋଟିଏ ଗୋଟିଏ ପାହାଚ

 ଚଢ଼ିବା କ୍ଷଣି ,

 ମର୍ମାହତ ହେଇଥିଲେ ସନ୍ତାନଙ୍କ ଓ ପତ୍ନୀ

 ବିୟୋଗ ଶୁଣି ।

ଧନ୍ୟ ଧନ୍ୟ ସେ ଦରଦୀ ମଣିଷ

 ତଥାପି ନାନାଦି କଷଣ ମଧ୍ୟେ

 ଜାଗ୍ରତ ହୋଇଥିଲା ,

ଓଡ଼ିଆ ସାହିତ୍ୟର ଉନ୍ନତି ନିମନ୍ତେ ଚିନ୍ତା

 ବାଳୁତ ଜୀବନୁ କାରାଗାର ପର୍ଯ୍ୟନ୍ତ

ତାଙ୍କ କଲମ ମୁନରୁ ସୃଷ୍ଟି କାବ୍ୟ

 ଆଜିବି କାଳଜୟୀ ।

ହେ ମହାନ ପୁରୁଷ ଆପଣଙ୍କ

 ମାନସ ସନ୍ତାନ ,

ଖବର କାଗଜ ସମାଜ

 ଆଜି ସାରା ଦେଶ ଓ ରାଇଜରେ ଆଦୃତ

ଯାହା ଆପଣଙ୍କ ଜନ ହିତକାରୀ ସମ୍ବାଦ ତତ୍ୟ

 ପ୍ରତିପାଦିତ କରି ଜଣେ ସାମ୍ବାଦିକ ଭାବେ

ନାନାଦି କଷଣ ଭୋଗିଛ ବ୍ରିଟିଶଙ୍କ ଠାରୁ ।

 

 ସତ୍ୟବାଦୀ ଆଜି ଝୁରି ହୁଏ ତୁମର ସେହି

 ବକୁଳ ଓ ଛୁରିଆନା କୁଞ୍ଜ ,

 ସତ୍ୟବାଦୀ ବନ ବିଦ୍ୟାଳୟ ଆଜି ଅନେକ

ସୁ ଶିକ୍ଷିତ ସୃଷ୍ଟି କରିଛି ସତ କିନ୍ତୁ ତୁମକୁ ଝୁରେ

 ସେହି ମାଟି ମାଆ 

କାରଣ ତୁମର ଅବଦାନ ଅତୁଳନୀୟ ।

 ଅସହଯୋଗ ଆନ୍ଦୋଳନରେ ସମ୍ପୃକ୍ତି

ମନେ ପଡ଼େ ଆଜି ସେହି ତୁମର ମହାନ ପଂକ୍ତି

   

 ମିଶୁ ମୋର ଦେହ ଏଦେଶ ମାଟିରେ

 ଦେଶ ବାସୀ ଚାଲି ଯାଆନ୍ତୁ ପିଠିରେ ।

ଦେଶର ସ୍ଵରାଜ୍ୟ ପଥେ ଯେତେ ଗାଡ଼

 ପୁରୁ ତହିଁ ପଡ଼ି ମୋର ମାଂସ ହାଡ଼ ।

ସତରେ ତୁମର ଏହି ପଂକ୍ତି ଆଜିବି ଶିହରଣ

ସୃଷ୍ଟି କରେ ଓଡ଼ିଆ ମାନଙ୍କ ମନରେ ,

ସତରେ ତୁମେ ଅନ୍ୟ ଦୁଃଖ ପାଇଁ

ଦରଦୀ ସାଜିଛ

ନିଜର ଦୁଃଖକୁ ବକ୍ଷେ ଚାପି

ସଦା ସର୍ବଦା ଆଗକୁ ବଢ଼ିଛ

ପ୍ରକୃତିର କୌଣସି ଦାଉକୁ ଭକ୍ଷପ ନ କରି ।

ତୁମେ ସେହି ମଣିଷ ତୁମକୁ ଯେତେ ସମ୍ମାନ

ଦେଲେ ବି ଆମ ପକ୍ଷରେ

ତାହା ଅତି ନିମ୍ନ ହେବ ,

ତଥାପି ବୈଜ୍ଞାନିକ ଆଶ୍ଚର୍ଯ୍ୟ ପ୍ରଫୁଲ୍ଲ ଚନ୍ଦ୍ର ରାୟ

ସେହି ଉତ୍କଳ ମଣି ଉପାଧି ପ୍ରଦାନର କଥା

ଆଜି ଲୋକଙ୍କ ମନରେ ଗୁଞ୍ଜରିତ ହୁଏ ସତ

କିନ୍ତୁ ହେ ମହାନ ପୁରୁଷ

ଜୀବନର ଶେଷ ନିଶ୍ବାସ ପର୍ଯ୍ୟନ୍ତ

ତୁମେ ଅନ୍ୟର ଅନ୍ତର ଦରଦ ବୁଝିବାରେ

ଥିଲ ଜଣେ ଅନନ୍ୟ ଦରଦୀ ,

ନିଜ ଭିଟା ମାଟିକୁ ତିଳେହି ଖାତିରି ନକରି

ଜେଲ୍ ଚାରି କୋଠରୀ ଭିତରେ

ଗୃହବନ୍ଦୀ ସାଜି ଓଡ଼ିଆ ଜାତି ପାଇଁ

ଆଉ ଏହି ଉତ୍କଳ ମାଟି ପାଇଁ ତୁମେ ମୃତ୍ୟୁର କୋଳରେ

ଶେଷ ନିଶ୍ବାସ ପର୍ଯ୍ୟନ୍ତ ସାଜିଲ ଜଣେ

ମହାନ ଦରଦୀର ଖଣି

ହେ ଆମ ପ୍ରିୟ ଉତ୍କଳ ମଣି

ପ୍ରିୟ ଉତ୍କଳ ମଣି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational