STORYMIRROR

Bidyadhar Sethi

Romance Others

3  

Bidyadhar Sethi

Romance Others

ଦରଦୀ ବନ୍ଧୁ

ଦରଦୀ ବନ୍ଧୁ

1 min
191

ଦରଦୀ ବନ୍ଧୁ ଗୋ'

ତୁମେ ପ୍ରିୟା

ପାଶେ ଥିଲେ ଲାଗେ ମୋତେ

ମଧୁର ଉଲ୍ଲାସ

ଦୂରେ ଚାଲିଗଲେ କାହିଁ

ଦୂର ଦିଗବଳୟେ ଯହିଁ

ଭରିଯାଏ ମନେ ପୁଣି

ଉଦାସ ଉଦାସ ।

ତୁମେ କି ସେ ଯାଦୁକନ୍ୟା

କାଉଁରି ଦେଶ ଲଳନା

ରୂପତ ଲାବଣ୍ୟଭରା

ଠାଣି ତବ ପ୍ରୀତିଚୋରା

ଅବଶ୍ୟ ମୁଁ

ବୁଝିବାକୁ କରିନି ପ୍ରୟାସ ।

ତୁମେତ ଅନିନ୍ଦ୍ୟ ତନୟା

ଦିବ୍ୟ ଅପସରା

ଅବା ଅମା ଆକାଶର

ଚକଚକ ତାରା

ପ୍ରୀତି ପ୍ରଣୟିନୀ ତୁମେ ଅନୁପମା

ପ୍ରାଣର ବଲ୍ଲଭୀ ଆଗୋ' ପ୍ରିୟତମା

ନାହିଁ ତୁମର ତୁଳନା

ଝରିପଡେ ଚନ୍ଦ୍ରବଦନୁ ତବ

ରୂପେଲି ଚାନ୍ଦର ଶୀତଳ ଜ୍ୟୋସ୍ନା

କି' ବର୍ଣ୍ଣିବି ପ୍ରେୟସୀ ଗୋ'

ଯେବେ ଭାଙ୍ଗ ତୁମେ

ପ୍ରଥମ ପଉଷ ଅଳସ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance