STORYMIRROR

Kalpana Kumari Pradhan

Tragedy

4  

Kalpana Kumari Pradhan

Tragedy

ଦୃଢ ମନୋବଳ

ଦୃଢ ମନୋବଳ

1 min
387

ସେ ବି ସାଜିଥିଲା ବୋହୂ

 ଦେଖିଥିଲା କେତେ ନବ ସ୍ବପ୍ନ

କୁଆଁରୀ ଜୀବନ ଅବସାନ ହେଲା 

    ମୋହିବି ସକଳ ପରିବାର ମନ l


କେଡେ ଦୁଃଖେ ପାଳିଥିଲେ ପିତା

        ମୁଣ୍ଡ ଝାଳ ତୁଣ୍ଡେ ମାରି

ଧନର ଅଭାବ ଥିଲା ସିନା

     ମନେ ବିତ୍ତଶାଳୀ ଥିଲା ଆମରି l


ଆଶା ଫୁଲ ମୋର ଝାଉଁଳେ

   ଯୌତୁକ ନିର୍ଯ୍ୟାତନା ଦେହେ ପାଇ

ମାନସିକ ଶାରୀରିକ ଦେଲେ କଷଣ

    ଦେବତା ଆସନେ ବସାଇଥିଲି ମୁଁହି l


ମାନବିକତା ଶେଷ ସୀମା ଲଙ୍ଘି

   କାଠ ଦଣ୍ଡେ ପ୍ରହାରିଲେ ସେଯେ

ମରଣ କାମନା କରିଣ ମୋହର

   ପଟିଗୁଡାଇଣ ଶୋଇଦେଲେ ମୃତ୍ୟୁ ଶେଜେ l


ପାହାଡ଼ଠୁଁ ଦୃଢ ମୋରମନବଳ

      ନ ଟଳିଲା ମୃତ୍ୟୁ ଆଗେ

ସାହିପଡିଶା ଦେବଦୂତ ସାଜି ଉଭା

       ହୋଇଲେ ମୋ ବିପତ୍ତି ଆଗେ l


ମୃତ୍ୟୁ ମୁଖରୁ ବଞ୍ଚାଇ ମୋତେ

    ସମର୍ପିଲେ ପିତା ଙ୍କ ହାତେ

ଲୁହ ଛଳ ଛଳ ନୟନେ

   ବୋଲନ୍ତି ଝିଅ ଥାଉ ମୋରସାଥେ l


ଲୋଡ଼ନାହିଁ ତାର ସୁହାଗ ସିନ୍ଦୂର

    ସୁନା ଥାଳିଆରେ ଭାତ

ଖୁସି ରହୁ ମୋ ନୟନମଣି

    ମୁଣ୍ଡପରେ ଥାଉ ଠାକୁରଙ୍କ ହାତ l


Rate this content
Log in

Similar oriya poem from Tragedy