**ଦରଦ **
**ଦରଦ **


ସରିଗଲା ଆଜି ରାସନ
ବାଇକିରେ ଯାଉଥିଲି ବଜାର,
ବାଟେ ଛେକି ପୁଲିସି ବାଲା
ବିନା ପୁଛି ଦେଇ ଦେଲା ପାହାର ।
କହିଲା ଆରେ ଲଫଙ୍ଗା
ଛତରା ବୁଲୁଛୁ ନାହିଁ ଟିକେ ଡର,
ତୁ ତ ମରିବୁ ମରିବୁ
ଅନ୍ୟକୁ ମାରିବା କରିଛୁ ବିଚାର ।
ନିଶ ମୋଡି ପୁଲିସ ବାଲା
କହେ ମୂର୍ଖ ନ୍ୟୁଜ ଦେଖୁନୁକି ରେ ,
ଲକଡାଉନ ହେଇଛି ପରା
ସାରା ଆମ ଭାରତ ବର୍ଷରେ ।
ଫେରିଯାଆ ତୁ ଏହି କ୍ଷଣି
ଯଦି ଆଶା ଅଛି ଜୀବନରେ ତୋର ,
ଭୁଲିଗଲି ସେହି କ୍ଷଣି
ମୁଁ କିପାଇଁ ଯାଉଥିଲିଟି ବଜାର ।
ଲାଜରେ କାନ୍ଦି ପାରୁନି
ଦେଖାଇ ପାରୁନି ଦାଗ ମୋ ପିଠିର ,
ସ୍ତ୍ରୀ ଦେଖି କହିଲା ଏତେ
> ଶ୍ରୀଘ୍ର ଆସିଲ ବନ୍ଦ ଅଛି କି ବଜାର ।
ବୁଝିଗଲା ସ୍ତ୍ରୀ ମୋ ଦେଖି
ମୋର ବିକୃତ ବଦନ ଓ ଶରୀର ,
ନିଶ୍ଚୟ ସ୍ଵାମୀ ମୋର
ପାଇଛି ଉତ୍ତମ ମଧ୍ୟମ ପୁଲିସର ।
ଖଟରେ ଶୁଆଇ ଶେକ
ଯେମିତି ମଲମ ଲଗାଇଲା ମୋତେ,
ଛଟଛଟି ଚିତ୍କାରିଲି
କଣ କରୁଛ ପ୍ରିୟେ ମାରିବ କି ମୋତେ ।
କହିଲି ଶୁଣିଲନି ମୋ
କଥା ଉଡାଇଲ ଏ କାନୁ ସେ କାନେ ,
ପାଟି ସ୍ୱାଦେ ଦୌଡିଥିଲ
ପିଠିରେ ପୁଲିସି ଦେଇଦେଲା ପାନେ ।
ଆଉ ଯିବନି ବଜାର
କେବେ ନାଁ ବି ଜମା ନେବନି ତୁଣ୍ଡରେ,
ଯାହା ଅଛି ସେଥିରେ ହେ
ଖାଇ ଦେବା ଲୁଣ ମରିଚ ସାଙ୍ଗରେ ।