STORYMIRROR

Satyabati Swain

Tragedy

3  

Satyabati Swain

Tragedy

ଦୋଷ କଣ ?

ଦୋଷ କଣ ?

1 min
344

ମୁଁ ବସୁ ,ବସୁଷେଣ ,

କର୍ଣ୍ଣ ; ସୂତ ପୁତ୍ର ।


ରାଧା ମାଆର ନୟନ ପିତୁଳା, 

ଜ୍ୟେଷ୍ଠ ପୁତ୍ର ରାଧେୟ ।


ଅଙ୍ଗ ରାଜ 

ବିଶାଳ ଅଙ୍ଗର ରାଜା

ଯାହା ମୋତେ ଦୟା ସୂତ୍ରରେ ।


ଜଗତ ଘୋଷେ ଦାନ ବୀର ମୁଁ

କୌଣସି ମାଗିଲା ବାଲା ଖାଲି ହାତରେ

ଫେରି ନାହାନ୍ତି କେବେ ମୋ ଦୁଆରୁ

ସେଇଥିପାଇଁ ତ

ଇନ୍ଦ୍ର ଛଳ କରି ମାଗି ନେଲେ

କବଚକୁଣ୍ଡଳ ।


ସୂର୍ଯ୍ୟ ପୁତ୍ର କର୍ଣ୍ଣ 

ଶୁଣିଥିଲି ଯାହା ବହୁ ବିଳମ୍ବରେ।


ରାଜମାତା କୁନ୍ତୀଙ୍କ କାନୀନ

 ଅବୈଧ ସନ୍ତାନ,

 ପ୍ରଥମ ପାଣ୍ଡଵ ମୁଁ କୁଆଡେ।


ମୋର ଶୌର୍ଯ୍ୟ ବୀରତ୍ୱ

ସବୁ ତ ଥିଲା

ହେଲେ ମୁଁ ଅବହେଳିତ କାହିଁକି ?

କାହିଁକି ଅବୈଧ ଷ୍ଟାମ୍ପ ମୋ ଦେହରେ ?

ମୋ ସହ ଛଳ,ପ୍ରତାରଣା ସମସ୍ତେ ମିଶି

କାହିଁକି କଲେ ?

ମୋର ଦୋଷ କଣ ?


Satyabati swain, balikuda, jagtsinghpur



Rate this content
Log in

Similar oriya poem from Tragedy