STORYMIRROR

Bidyutprabha Gantayat

Romance

3  

Bidyutprabha Gantayat

Romance

ଦୋହା ସପ୍ତକ - ଛୁଇଁଵ ତ ସ୍ନିଗ୍ଧରେ

ଦୋହା ସପ୍ତକ - ଛୁଇଁଵ ତ ସ୍ନିଗ୍ଧରେ

1 min
13.7K


ନବନୀତ ତନୁତୀର୍ଥ ଛୁଇଁଵ ତ ସ୍ନିଗ୍ଧରେ

ସୁକୁମାର ସ୍ଵପ୍ନ ରାଶି ସାଇତିଵ ଅନ୍ତରେ

ସଦ୍ୟଜାତ କରସମ କୋମଳ ପଲ୍ଲବ

ସମୀରଣ ପକ୍ଷ୍ମ ଯୁକ୍ତ ପରାଗ ସମ୍ଭବ

କଣ୍ଟକିତ କୁଞ୍ଜେ ଜାତ ଗୋଲାପ କଳିକା

ପ୍ରସ୍ଫୁଟିତ ପ୍ରେମ କାବ୍ୟ ଲଳିତ ମାଳିକା

ଅବିରଳ ଧାରା ସମ ପ୍ରଗଳ୍ଭଭ ଉର୍ବରା

ଆଲୋକିତ ଉଦ୍ଭାସିତ ପ୍ରଣୟ ପସରା

ଅରୁପରେ ଅପରୂପ ବିଦେହ ରେ ଦେହ

ଅନୁକ୍ଷଣ ଅନର୍ଗଳ ନିର୍ମଳ ନିର୍ମୋହ

ଶତଦଳେ ସମର୍ପିତ ନୈବେଦ୍ୟ ତ୍ରିଧାରା

ଆଚରଣେ ଅନୁବ୍ରତ ଅମୂର୍ତ୍ତ ଅସରା

ଅନ୍ତରେ ଅନୁରଣିତ ଅବିଷ୍କୃତ ନାମାବଳୀ

ହୃଦୟ ପଟଳ ନିତ୍ୟ ନୀରାଜନା ସ୍ଥଳୀ ।

ଡ଼ ବିଦ୍ୟୁତପ୍ରଭା ଗନ୍ତାୟତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance