ଦଂଶନ
ଦଂଶନ
ନୀରବତା ନୁହେଁ ମୋ ପ୍ରଶ୍ନର ଉତ୍ତର
ଦ୍ଵିଧା ବୋଧ ନୁହେଁ ମୋ ପ୍ରଶ୍ନର ଉତ୍ତର
ଭଲପାଇବା ତମ ବାସ୍ତବ କି ଛଳନା
ବୁଝିସାରିଛି ମୁଁ......................
ପ୍ରତାରଣା ର ପୁରୁଣା ଡ଼ାଇରୀ ରୁ
ଖୋଜେ ଯେବେ ସ୍ମୃତି ସବୁ
ବିଗତ ଦିନର, ଜଖମ ମିଳେ
ମଲମ ଖୋଜେ ଜଖମ ପାଇଁ
କ୍ଷତାକ୍ତ ମନଟା ଯେବେ ଖୋଜେ
ଟିକେ ଶୀତଳତା ଉପଚାର ପାଇଁ....
ମୁଁ ରକ୍ତାକ୍ତ ହେଲାପରେ....
ତମର ସେ ଛଳନା ର ଛୁରିଘାତ ରେ
ତମେ କିନ୍ତୁ ଅପରିବର୍ତ୍ତିତ, ତମ ଛଳନା ର
ଦଂଶନ ରେ, ମୁଁ ଏବେବି କ୍ଷତାକ୍ତ...............
