Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunanda Mohanty

Abstract Inspirational

3  

Sunanda Mohanty

Abstract Inspirational

ଦଣ୍ଡକାଳୀଯାତ୍ରା

ଦଣ୍ଡକାଳୀଯାତ୍ରା

1 min
197



ଦଣ୍ଡ ପାଇଁ ପାଟୁଆ

କରନ୍ତି ଭକ୍ତି କାଳୀ ମାଆ

ଦଣ୍ଡ ପାଇଁ କଠୋର ସଞ୍ଜମ

କରିଥାନ୍ତି ପାଟୁଆ ମାନ

ନୀତି ନିୟମ ବଶବର୍ତ୍ତୀ

ଧର୍ଯ୍ୟ ଶହନଶୀଳତା ଶିଖାନ୍ତି

ଆସୁ ଯେତେ ବିପଦ ଆପଦ

ଅଂଶୁଘାତ ସୂର୍ଯ୍ୟଙ୍କ ରଉଦ୍ର

ନିଆଁ ରଡରେ ଚାଲି 

ଖାଇଫୋଡରେ ଝୁଲି

ପଣା ସଂକ୍ରାନ୍ତିର ଉଦଯାପନ 

ବାସନ୍ତିକା ପୁଜା ସମାପନ

ଦଣ୍ଡକାଳୀ ମାଆ ଭରସା

ପୂର୍ଣ୍ଣ କରେ ମନୋବାଞ୍ଛା

ସନ୍ତାନ ପ୍ରାପ୍ତି, କଟେ ଦୁର୍ଗତି

ମାଆ ଭରସାରେ ଶାନ୍ତି ପ୍ରୀତି ମୈତ୍ରୀ

ଦଣ୍ଡ ପାଟୁଆ ଶୁଭ ମନାସି

ପବିତ୍ରତାର ଧ୍ଵଜା ପ୍ରକାଶି

ମହୀ ଉସ୍ୱାସୀ ଧର୍ଯ୍ୟ ସାହସ ବରଷି

ମାଆ କାଳୀ ବିଶ୍ୱାସ

ପରଶରେ ନିଃଶ୍ୱାସ

ରଖ ମାଆ କାଳୀ ଘଣ୍ଟ ଘୋଡାଇ

ମାଗୁ ଆର୍ଶୀବାଦ ଘଣ୍ଟପାଟୁଆ ଭାଇ

ଦଣ୍ଡକାଳୀ ଯାତ୍ରା ଦେଖିବା ପାଇଁ

ପୂର୍ବ ପଶ୍ଚିମ ଦକ୍ଷିଣ ଉତ୍ତର ବାରଣ ନାହିଁ

ଓଡ଼ିଶାର ଏହି ଚୈତ୍ର ନାଚ

ନାହିଁ ଭେଦଭାବ ଉଚ୍ଚ କି ନିଚ୍ଚ l


Rate this content
Log in

Similar oriya poem from Abstract