Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pinku Ranbida

Inspirational

3  

Pinku Ranbida

Inspirational

ଦନାର ମାଝୀ

ଦନାର ମାଝୀ

1 min
178


ପ୍ରେମ ପାଇଁ କିଏ ତାଜମହଲ ଗଢେ ତ

କିଏ ସାଇକେଲରେ ପ୍ରେମିକା ପାଖକୁ ଯାଏ,

ଟିକିଏ ପ୍ରେମ ପାଇଁ କିଏ ପାଗଳ ହୁଏ ଏଠି 

ସେହି ପ୍ରେମକୁ କିଏ ଅମର୍ କରିଦିଏ ।


ସେମିତି ଏକ ମଣିଷ ଦନାର ମାଝୀ

ସାରା ବିଶ୍ୱରେ ନିଜ ନା ରଖିଅଛି,

ନିଜ ଏକୁଟିଆ ପରିଶ୍ରମ ବଳରେ

ପାହାଡକୁ ଖୋଲି ରାସ୍ତା ତିଆରି କରିଛି l


ଲୋକ କହୁଥିଲା ପାଗଳ ତାଙ୍କୁ

ପାହାଡ଼ ଫଟାଇ ପାରିବକି ସିଏ,

ସେ ଏକା ଜାଣିଥିଲେ ପାହାଡକୁ ହରାଇ

ରାସ୍ତା ତିଆରି କରିବି କହୁଥାଏ l


ହସ, ଖୁସିରେ ଚାଲୁଥିଲା ସଂସାର

ହହଠାତ ମାଡିଆସିଲା ଦୁଃଖର ଜୁଆର,

ନିଜ ଗାଁ'ରେ ଭଲ ରାସ୍ତା ନ ଥିବାରୁ

ତାଙ୍କ ସ୍ତ୍ରୀ ଚାଲିଗଲେ ଯମରାଜା ଘର l


ଅକାଳରେ ସ୍ତ୍ରୀର ମୃତ୍ୟୁବରଣ ଦେଖି

ତାଙ୍କ ମନରେ ଭାରି ଆଘାତ ଲାଗିଲା,

କେମିତି ଚାଲିବ ପରିବାର ତାଙ୍କର

ମନ ଦୁଃଖରେ ଭାଙ୍ଗି ପଡିଲା l 


ଗାଁ'ରେ ଥିବା ଉଚ୍ଚ ପାହାଡକୁ ଦେଖି

ଅଭିମାନ ତୋର ଭାଙ୍ଗିବି କହି,

ଦିନ, ରାତି ଅକାଳ ପରିଶ୍ରମ କରି

ପାହାଡ଼ର ଛାତି ଚିରିଦେଲା ତାହିଁ l


ସ୍ତ୍ରୀ ମୃତ୍ୟୁର ପରିଶୋଧ ନେଲା

ପାହାଡକୁ ଖୋଲି ରାସ୍ତା ନିର୍ମାଣ କଲା,

ପ୍ରେମକୁ ତାର ଚିର ଅମର କରି

ଦନାର ମାଝୀ ମାଉଣ୍ଟେନ ମେନ ହେଲା l


Rate this content
Log in