STORYMIRROR

Sarojini Mishra

Tragedy

4  

Sarojini Mishra

Tragedy

ଦିପାବଳୀ

ଦିପାବଳୀ

1 min
268

ସହସ୍ର ଦିପାଳୀ ଜଳେ

ଛୁଟିଯାଏ ଆଲୋକର ବନ୍ୟା

ସହସ୍ର ତୋରଣ ଝୁଲେ

ଘୁଞ୍ଚି ଯାଏ ଅନ୍ଧାରୀ କନିଆଁ 

ସହସ୍ର ଆଲୋକ ନାଚେ ଛନ୍ଦେ ଛନ୍ଦେ

ଆନନ୍ଦର ମହୋତ୍ସବେ ମାତି

ସହସ୍ର ଆଲୋକ ହଜେ

ନିଜ ଦେହେ ପୂର୍ବେଶ୍ଵରୀ ଐତିହ୍ୟକୁ ତେଜି ।


ସହସ୍ର ଆଲୋକ ପୁଣି 

ଶତ ଶତ ରଙ୍ଗୀନ ତୋରଣ

ସହସ୍ର ଆଲୋକ ରଶ୍ମୀ

ଅପୁରନ୍ତ ସୌନ୍ଦର୍ଯ୍ୟର ଜାଲ । ।


ଅଥଚ,

ଅଥଚ ଝାପ୍ସା ଦିଶେ ଘରକୋଣେ

ତୈଳହୀନ ସଳିତାର ନିଷ୍ପ୍ରଭ ଜ୍ୱଳନ ।


ବାଣ ଫୁଟେ ସହର ବଜାର

ପ୍ରକମ୍ପିତ କରି

ପୁଣି----

କୋହ ଉଠେହୃଦୟର ଅନ୍ଧାରୀ କୋଣକୁ ଥରାଇ ଥରାଇ ।


ନିଷ୍ପ୍ରଭ ନିରିମାଖୀ ଦୀପଶିଖା

ଅସହାୟ ପିଞ୍ଜରା ଦୁଆରେ

ବିଷାଦର ତୋରଣ ସଜାଏ ।


ବାରୁଦ କୋଠିରେ ନିଆଁ ଲାଗେ

ପୋଡି ଯାଏ ଲକ୍ଷ ଲକ୍ଷ ଟଙ୍କା

ଜଳିଯାଏ ବାରୁଦର ବହ୍ନି

ଐଶର୍ଯ୍ୟର ମଶାଲ ଜଳାଇ ।


ମୁଠାଏ ଭାତ ଆଉ ମୁନ୍ଦାଏ ତୋରାଣି ପାଇଁ

ହୃଦୟ ଦୁଆରୁ ହସ ନିଏ ଅବସର 

ପିଞ୍ଜରାରେ କୋହମାନେ 

ପିଟି ହେଉଥାନ୍ତି ,

ଆଖି ଆଗେ ଭୋକିଲା ପେଟ ମାନେ

ଧକ୍ ଧକ୍ ହୋଇ

ଦେଖେଇ ହୁଅନ୍ତି ।

ଛାତି ତଳେ ଅବଶୋଷ ମାନେ

ଜଳି ବାକୁ ଖୋରାକ୍ ଯୋଗାନ୍ତି ।


ଲିଭି ଲିଭି ଆସୁଥାଏ

ନୁଖୁରା ସଳିତା

ଘର କୋଣେ ଝାପ୍ସା ଦିଶେ

ପ୍ରଣମିତ ମସ୍ତକର ଦୃଶ୍ୟ ।


ଆଖିରେ ଅନେକ ଲୁହ

ସେ ଲୁହରେ ଆଶାର ସଳିତା

ଦିକ୍ ଦିକ୍ ଜଳୁଥାଏ କାହାକୁ ନ ଚାହିଁ ।


ଦୀପାବଳୀ ଆବାହନୀ ମନ୍ତ୍ର ଶୁଭେ

ଘର କୋଣ ଆଲୋକିତ ହୁଏ

ନିରିମାଖୀ ଓO ଧାରେ ପୁଣି ଦିଶେ

ନିର୍ମଳ, ପବିତ୍ର ସେଇ

ଅକପଟ ହସ

ଆଉ,

ପୂର୍ଣ୍ଣତାର ଆଲୋକ କିରଣ 

ଭିତରୁ ଅସ୍ପଷ୍ଟ ଭାଷାରେ

କଥାଟିଏ ଶୁଭେ - 

ଏଇତ ଜୀବନ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy