STORYMIRROR

Sunanda Mohanty

Action Inspirational Thriller

4  

Sunanda Mohanty

Action Inspirational Thriller

ଦିନେ ଯାଇଥିଲି ଗାଁକୁ

ଦିନେ ଯାଇଥିଲି ଗାଁକୁ

1 min
5


ରହିଗଲି ସବୁଦିନକୁ 

ଯେବେ ଯାଇଥିଲି ଗାଁକୁ 

ନେତି ମାଉସୀର ମୁଢି 

ଗୋଲିଅପାର ପଥୁଲି ଘଡି 

ଅଜାଙ୍କ ଭାଡିଏ ମାଢ଼ି 

ସାଥିରେ ବଟୁଆ ବଙ୍କୁଲି ବାଡ଼ି 

ଏସବୁରେ ଭାଇଚାରା 

ପ୍ରୀତି ମୈତ୍ରୀ ମହୁଘରା 

କଖାରୁ ଫୁଲର ବରା ଓ ବଡ଼ିଚୁରା 

ଯିଏ ଖାଇଛି ଜାଣିଛି ମଜା 

ଏକାସାଙ୍ଗେ ପଖାଳ ସବୁରିଘର ଭଜା 

ଦୋଳ ଜାତ ଆମ୍ଭ କଷି 

ଶୀତ ନିଆଁପୁଆଁ ଖରାରେ କାକୁଡିକଷି 

ଆଈ ପାରେ ଗୋବର ଘଷି 

ମଶା ମାଛି ଯିବେ ଉଡି 

ସନ୍ଧ୍ୟାରେ ଉଡାଇ ଗୁଡ଼ି 

ହେ ମୋର ଲଚକମାଣୀ 

ନମ୍ବରେ ସୂତାରେ ମାଂଝାକୁ ଟାଣି 

ଅଳସୀ ଫୁଲର କ୍ଷେତ ଗଉଣି 

ମାଣ୍ଡିଆ ଫସଲ ଅମଳି ଜାଣି 

ଭୁଲି ଲେଉଟାଣି ରହିଲି ଗାଁରେ ପୁଣି

ଯେବେ ଯାଇଥିଲି ଗାଁକୁ 

ଘରଣୀ କଲି ଗାଁ କନିଆଁକୁ 

ଚାଷରେ ଦେଇଛି ମନ ନୁହେଁ କାହା ଅଧୀନ 

କୃଷକ ଶ୍ରମିକ ଆମେରେ ସ୍ବାଧୀନ 

ଗାଉଛି ଜୟ ଯବାନ ଜୟ କିଷାନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action