STORYMIRROR

Goutam Mohanty

Drama Tragedy Classics

3  

Goutam Mohanty

Drama Tragedy Classics

ଦୀପାବଳୀ

ଦୀପାବଳୀ

1 min
234


ଆଲୋକର ପର୍ବ ଦୀପାବଳୀ ଆଜି 

   ମାଆ କାଳୀଙ୍କର ପୂଜା

ଅମାବାସ୍ୟା ଅନ୍ଧକାର ଦୂର ହେବ 

  ପାପୀଙ୍କୁ ମିଳିବ ସଜା ।

ଘୃତ ଦୀପ ଜାଳି  ଘର ଅଗଣାରେ 

   ମୂରୁଜକୁ ଅଙ୍କାଯିବ

ଚିକ୍ ମିକ୍ ଆଲୋକ ଦେଖି ମା ମୋର

  ମନେ ଖୁସି ଭରିଯିବ ।

ପାପୀଙ୍କ ବିନାଶ  ପାଇଁ ମା ପାର୍ବତୀ

    ଧରିଥିଲେ କାଳୀରୂପ

ଆଜି ଏ ସମାଜେ ପାପୀ ପୁଞ୍ଜା ପଞ୍ଜା 

   ପଡ଼ିବ ତାଙ୍କ ପ୍ରକୋପ । 

ଜୀବନ୍ତ ପିତୃଙ୍କ ସେବା କରିବାକୁ

   ମନ ତ କାହାର ନାହିଁ 

ମରିଗଲା ପରେ  ପୟା କାଠି ଜାଳି

    ଶ୍ରାଦ୍ଧ ଦେଉଛନ୍ତି ତହିଁ । 

ଭକତଙ୍କ ରକ୍ଷା  କରିବା ପାଇଁକି

   (ମାଆ)ଭୁଲିଥିଲେ ନିଜ ସୁଖ 

ହେଲେ ଏ ସମାଜେ ଅଧର୍ମ ଦେଖିକି

   ମନ ତାଙ୍କ ହୁଏ ଦୁଃଖ ।।



Rate this content
Log in

Similar oriya poem from Drama