STORYMIRROR

Jayashree Maharana

Fantasy Others

3  

Jayashree Maharana

Fantasy Others

ଦୀପାବଳି

ଦୀପାବଳି

1 min
248

କି ମଧୁର ସତେ ଆମ ପରମ୍ପରା

ପୁରାଣ ପୋଥିର କଥା

ଚଉଦ ବରଷ ରାମ ବନବାସ

ସାଥେ ଲକ୍ଷ୍ମଣ ମା'ସୀତା ।


ଦୁର୍ମତି ରାବଣ କରିଲା ହରଣ

ଛଦ୍ମବେଶେ ଜାନକୀଙ୍କୁ

ରାବଣ ବିନାଶି ଫେରିଲେ ଶ୍ରୀରାମ

ନିଜ ରାଜ୍ୟ ଅଯୋଧ୍ୟାକୁ ।


ଚଉଦ ବରଷ ପୁରିସାରିଥିଲା

ପ୍ରଭୁ ସତ୍ୟରକ୍ଷା କରି 

ପତ୍ନୀ,ଭ୍ରାତା ସାଥେ ସନ୍ତୋଷ ମନରେ

ଆସିଥିଲେ ସର୍ବେ ଫେରି ।


ଅଯୋଧ୍ୟା ବାସୀଙ୍କ ପରମ ଆନନ୍ଦ

ଦୀପଜାଳି ଘରେ ଘରେ

ସ୍ୱାଗତ କରିଲେ ପ୍ରିୟ ରାଜନଙ୍କୁ

ଲିପିବଦ୍ଧ ପୁରାଣରେ ।


ସେହି ପୁଣ୍ୟ ତିଥି ଦୀପାବଳି ପର୍ବ

ଧର୍ମ ବିଶ୍ୱାସକୁ ନେଇ

ଆଲୋକର ପର୍ବ ସାଥେ ପୟା ଶ୍ରାଦ୍ଧ

ପୂର୍ବ ପୁରୁଷଙ୍କ ପାଇଁ ।


ଅନ୍ଧାର ହଟାଇ ଆଲୋକର ଶିଖା

ଦେଖାଏ ନୂତନ ରାହା

ମାଆ ଲକ୍ଷ୍ମୀ,କାଳୀ ସଂସାର ବାସୀଙ୍କୁ

ହେଉଥାନ୍ତୁ ସଦା ସାହା ।



Rate this content
Log in

Similar oriya poem from Fantasy