STORYMIRROR

Ghanashyam Jena

Abstract

4  

Ghanashyam Jena

Abstract

ଦିବ୍ୟଭାବନା

ଦିବ୍ୟଭାବନା

1 min
420


କବି କୁସୁମ ଗୌରବ ଘନଶ୍ୟାମ ଜେନା।

ପରଦାରା ପର ଧନରେ କେବେ ନବଳା ମନ,

ପର ଉପକାର କରିଣ କର ଜୀବନ ଧନ୍ୟ।

ପର ନିନ୍ଦା ଅପବାଦରେ କେବେ ନବଳା ଚିତ୍ତ

ପରହିତେ ରହି ପ୍ରସନ୍ନ, ହେଉ ଜୀବନ ବ୍ରତ।

ପରେ ଦୟାଭାବ ପୋଷଣେ ମିଳେ ଶାନ୍ତିଅପାର,

ପର ଅପମାନ ଭାବନା ସଅଳ ପରିହର,

ପର ପୀରତିରେ ମଗନହୋଇ କଟାଅ କାଳ,

ପର ନିନ୍ଦା ଅପବାଦରେ ସଦାରହି ଅଟଳ।

ପର ଦୁଖେ ଦୁଃଖୀ,ସୁଖରେ ସୁଖୀହୋଇ ନିରତ

ପର ଦୁଃଖ କଷ୍ଟ ନିବାରି କର କାଳାତିପାତ।

ପର ମୈତ୍ରୀ ପ୍ରୀତି ଭାବନା,ସଦା ମଙ୍ଗଳମୟ,

ପର ଉପକାରେ ହୁଅଇ ସୁଖ ଶାନ୍ତି ଉଦୟ।

ପରକୁ ମଧୁର ବଚନ ଶତ୍ରୁ ହୁଅଇ ମିତ୍ର,

ପର ସେବାଭାବ ବଳରେ କାୟ ମନ ପବିତ୍ର।

ଭାବ ଭକ୍ତି ଭର ମନରେ ଭାବେ ହୋଇ ବିହ୍ବଳ

ଭବ ବନ୍ଧନରୁ ମୁକତି ଦେବେ ଭକ୍ତବଛଳ।


Rate this content
Log in

Similar oriya poem from Abstract