STORYMIRROR

ବଳରାମ ବାରିକ

Inspirational

2  

ବଳରାମ ବାରିକ

Inspirational

ଦିବ୍ୟାଙ୍ଗ

ଦିବ୍ୟାଙ୍ଗ

1 min
872



ପାଇ ଦିବ୍ୟ ଅଙ୍ଗ ନେଇ ମନେ ଉମଙ୍ଗ
ପାଦ ଦେଲୁ ଏ ଧରା ରେ ।
ଦିଅ ଆମ ସଙ୍ଗ ଛୁଇଁବୁ ଯେ ଶୃଙ୍ଗ
ସବୁ ସମ୍ଭବ ଆମ ପାଇଁ ରେ ।

ଅଟୁ ତୁମ ପରି ନିଅ ଆମ୍ଭକୁ ଆଦରି
ରଚିବୁ ନୂଆ କିରତି।
ଆଶା ଅଶୁମାରୀ ସବୁ ଯିବ ପୂରି
ରଖିଲେ ଟିକେ ପୀରତି।

ଗଢିବୁ ନୂଆ ଭାରତ ଥିବ ଯହିଁ ସ୍ଥିତ
ସମାନତା ସଭିଙ୍କର।
ହେଲେବି ଦିବ୍ୟାଙ୍ଗ ଭରିଦେବୁ ରଙ୍ଗ
ଆମ୍ଭ ନିଜ ପ୍ରଚେଷ୍ଟାରେ।

✍️ବଳରାମ ବାରିକ
ନଟିଲ, ଯାଜପୁର/ଝାରସୁଗୁଡା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational