STORYMIRROR

Yudhisthir Khamari

Inspirational

3  

Yudhisthir Khamari

Inspirational

ଦିବ୍ୟ ଜୀବନ

ଦିବ୍ୟ ଜୀବନ

1 min
238

ଜୀବନ ଆମର ଦିବ୍ୟତା ରେ ପୂର୍ଣ୍ଣ

ଏଇତ ଅମୃତ ଧାରା,

ତଟିନୀ ସମାନ ଧାବମାନ ଏଇ

ସହି ଦୁଃଖ ସୁଖ ଖରା ।।

ଅବିରାମ ଗତି ଅବିଶ୍ରାନ୍ତ ମତି

ନାମ ତ ସଂଗ୍ରାମ ପରା, 

ଅଧ୍ୟବସାୟ ଓ ସାଧନା ବଳରେ

ଜିତେ ତ ଜଗତ ସାରା ।।

ପାଇବାକୁ  ଶାନ୍ତି ଘୁରେ ବହୁଦୂର

ମନ ହୁଏ ଅସ୍ତବ୍ୟସ୍ତ,

ଲକ୍ଷ୍ୟ ପ୍ରାପ୍ତି ଭ୍ରାନ୍ତି ହୋଇଥାଏ ଯେବ

ମଣଇ ନିଜକୁ ସ୍ଵ୍ଵସ୍ଥ ।।

ପୁଣି ମାଡିଚଲେ ଆଗକୁ ଆଗକୁ

ପାଇବା ଆଶେ ଅଧିକ,

ଗିରିପଥ ଅବା ପୁଷ୍ପିତ ପ୍ରାାନ୍ତର

ଚାଲଇ ହୋଇ ନିର୍ଭିିକ ।।

ଗ୍ରୀଷ୍ମ ହେଉ ଅବା ଶୀତୁଆ ସକାଳ

ରହିଥାଏ ସମ୍ଭାବନା,

ଜୀବନ ଓ ମୃତ୍ୟୁ ଅଟେ ଚିରନ୍ତନ

ଯେ ବୁଝେ ନାହିଁ ବେଦନା ।।

ଅନ୍ତର ଭିତରେ ଶାନ୍ତି ଲୁୁୁୁଚି ଅଛି

ପାଇଲେ ମିଳଇ ତୃପ୍ତି,

ଆତ୍ମବିଶ୍ବାସ ଓ ସାଧନା ବଳରେ

ଜାଗ୍ରତ ହୁଅଇ ସୁପ୍ତିି ।।

ଜୀବନ ଆମର ମରୁ ଚୋରାବାଲିି

ଯେହ୍ନେ ଅଫିିିଟା ସିନ୍ଦୁୁକ,

ଉଦଯୋଗୀ ଜନ ସଦା ଜୟୀ ହୁଏ

ଧରାଶାୟୀ ଯେ ନିନ୍ଦୁକ ।।

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational