ଧୋକାଦିଆ ତୁମେ
ଧୋକାଦିଆ ତୁମେ
ଧୋକାଦିଆ, ମିଛକୁହା
କପଟିଆ ଖାଲି,
ବିଶ୍ୱାସରେ ବିଷ ଦେଇ
ତୁମେ ଗଲ ଭୁଲି l(ଘୋଷା )
ହେଲେ ମୁଁ ଜାଣି ନଥିଲି
ଦଗା ଦେବ ବୋଲି,
ତୁମକୁ ମୁଁ ଝୁରି ଝୁରି
କାନ୍ଦିକାନ୍ଦି ମଲି l
ଧୋକା........................................... (0)
ରାଧା ଯେପରି କୃଷ୍ଣଙ୍କ
ବିରହେ କନ୍ଦଇ,
ମୁଁ ସେପରି କାନ୍ଦୁଅଛି
ତୁମକୁ ହରାଇ l
ମନ ଖାଲି ଛଟପଟ
ହୁଏ ସବୁବେଳେ,
ଦିନ ରାତି ତୁମ କଥା
ବସି ମୁହିଁ ଭାଳେ l
ରାମଚନ୍ଦ୍ରଙ୍କୁ ହରାଇ
ଜାନକୀଙ୍କ ଭଳି,
ଧୋକାଦିଆ................................... l (1)
ମୋତେ ବିବାହ ହେବାକୁ
କଥା ଦେଇଥିଲ,
ଗୋଟେ ଝିଅ ପ୍ରେମେ ପଡି
ମୋତେ ଭୁଲିଗଲ l
ଏତେ ଦୁଃଖ ଦେଇ ମୋତେ
ତୁମେ ସୁଖୀ ହେଲ,
ଧୋକା ଦେବା ପାଇଁ ମୋତେ
ଭଲ ପାଉଥିଲ l
ଲମ୍ପଟିଆ ହୋଇଥିବାରୁ
କରୁଛି ମୁଁ ଗାଳି l
ଧୋକା..........................................|(2)
ଏତେ ଅବିଶ୍ୱାସୀ ତୁମେ
ଜାଣି ମୁଁ ନଥିଲି,
ତୁମ ପାଇଁ ମନ୍ଦିରରେ
ଦୀପ ଜlଳୁଥିଲି l
ଧିକ ଏ ଚାନ୍ଦିନୀ ରାତି
ଧିକ ଏ ଦେବତା,
ଧିକ ଧିକ ତୁମ ପ୍ରେମ
ଧିକ ତୁମ କଥା l
ମୋର ନିଶ୍ୱାସରେ ଦିନେ
ନିଶ୍ଚେ ଯିବ ଜଳି ,
ଧୋକା .......................................... l (3)