ଧୋକା
ଧୋକା
ପ୍ରେମ ହିଁ ଈଶ୍ଵର ପ୍ରେମ ଅଟେ ପୂଜା
ପ୍ରେମକୁ ମୁଁ ସବୁ ଭାବୁଥିଲି ,
ସେଥିପାଇଁ ତାକୁ ବିଶ୍ଵାସ କରି ମୁଁ
ମନ ମୋର ପୁରା ଦେଇ ଦେଲି ।।
ଭଲ କି ଖରାପ କିଛି ନ ଭାବି ମୁଁ
ନିଜର ତାକୁ ମୁଁ କରି ନେଲି ,
ସତ କି ମିଛ ସେ କିଛି ନ ପରଖି
ହୃଦୟରେ ତାକୁ ଜାଗା ଦେଲି ।।
ଧୋକା ଦେଉଥିଲା ମୋତେ କିନ୍ତୁ ସିଏ
ସେ କଥା ଜମା ମୁଁ ନ ଜାଣିଲି ,
ନିଜ ଠୁ ଅଧିକ ଭରସା କରି ମୁଁ
ନିଜେ ନିଜେ ଭାରି ଖୁସି ଥିଲି ।।
ଭଲ ପାଇବାର ଦ୍ୱାହି ଦେଇ ସିଏ
ଧୀରେ ଧୀରେ ମୋତେ ଲୁଟୁଥିଲା ,
ବିଶ୍ୱାସକୁ ମୋର ଭାଙ୍ଗି ଦେଇ ସିଏ
ନିରାଶା ସେ ମୋତେ କରିଦେଲା ।।
କେତେ ଆଶା କେତେ ସ୍ଵପ୍ନ ଦେଖିଥିଲି
ସାଜିବି ତାର ମୁଁ ସୁନା କନିଆଁ ,
ଗର୍ବ କରୁଥିଲି ତାକୁ ନେଇ ମୁଁ
ହୃଦୟରେ ମୋ ଜlଳିଲା ନିଆଁ ।।
ଅକୁହା ବେଦନା କହି ପାରୁ ନାହିଁ
ହଜିଯାଇଛି ମୁଁ ଅନ୍ଧକାରେ ,
ଭାବି ନଥିଲି ମୁଁ ନିଜର କରି ସେ
ଧୋକା ଦେବ ବୋଲି ମୋତେ ପରେ ।।
ମିଠା କଥା କହି ଛୁରୀ ମାରିଲା ସେ
କାନ୍ଦୁଛି ତା କଥା ମନେ ଭାବି ,
ଏତେ ବଡ ଭୁଲ କେମିତି କଲି ମୁଁ
ଲାଗୁଛି ପାଗେଳୀ ହୋଇ ଯିବି ।।
ଏମିତି କାହିଁକି ହୁଏ ସବୁବେଳେ
ନିଜ ଲୋକ ସଦା ଧୋକା ଦିଏ ,
ନିଜର ବୋଲିକl ଅଭିନୟ କରି
ଖେଳ ଖେଳି କିଆଁ ଚାଲି ଯାଏ ।।
ତୁମେ ମୋ ଜୀବନ କହି କହି ସିଏ
ଆମକୁ ଜୀବନୁ ମାରି ଦିଏ ,
ଭଲ ପାଇବାର ଏହି କଣ ଦାନ
ତଥାପି ମଣିଷ ଭଲ ପାଏ ।।
ଭଲ ପାଇବାର ଶେଷ ପରିଣାମ
ସଦା କାହିଁ ଧୋକା ହୋଇଥାଏ ,
ଭଲ ମଣିଷଟେ ସବୁବେଳେ କିଆଁ
ଧୋକା ଖାଇ ବସି କାନ୍ଦୁ ଥାଏ ।।
ଧୋକା ଦେଲୁ ବୋଲି ଆଖି ଖୋଲି ଗଲା
ପର କିଏ ଆଉ କିଏ ନିଜର ,
ଆଗ ଅପେକ୍ଷା ମୁଁ ଚିହ୍ନି ଶିଖିଲିଣି
କିଏ ଦୁନିଆରେ ସ୍ୱାର୍ଥପର ।।
ଏବେ ବୁଝିଲିଣି ନିଜ ସ୍ୱାର୍ଥ ପାଇଁ
ଭଲ ପାଏ ବେଶୀ ଏଠି ମଣିଷ ,
ସ୍ୱାର୍ଥ ସରି ଗଲେ ଅଚିହ୍ନା ହୋଇ ସେ
କରି ଦିଏ ସବୁ ସମ୍ପର୍କ ଶେଷ ।।
ସସ୍ମିତା ସାହୁ, ନାଶିକ
ମୋ -୯୪୦୩୦୪୪୬୭୯