STORYMIRROR

BISWESWAR MAJHI

Inspirational

3  

BISWESWAR MAJHI

Inspirational

ଧନ୍ୟରେ ମଣିଷ

ଧନ୍ୟରେ ମଣିଷ

1 min
284


ଦିବସଟି ଗଢା    କର୍ତ୍ତବ୍ୟ ବାହୁଡା 

    ରଜନୀ ବିଶ୍ରାମ ପାଇଁ 

ଦିବସେ ଆଳସ୍ୟ  କରୁଛି ମନୁଷ୍ୟ 

   କେଉଁ ବରଦାନ ପାଇ !

   ବିଳମ୍ବିତ ଶଯ୍ୟା ତ୍ୟାଗ

ଭୋଗ ବରି ଆମେ  ଶୋଉଛୁ ସୁରମ୍ୟେ

  ଆମନ୍ତ୍ରଣ ନାନା ରୋଗ ।୧।


ଧବଳ ଦିବସ   ପୁଣ୍ୟର ପ୍ରକାଶ

    କଳା ଅନ୍ଧାର ପାପର

ତଥାପି ଦିବସେ   ପାପ ବଢିଚାଲେ

    ଅଭିସାର ବ୍ୟଭିଚାର ।

    ଯୁଗ ଯନ୍ତ୍ରଣା ଆଜିର

ଗତ କାଲି ପାଇଁ   ଶୋଚନା କି ନାହିଁ

   ନାହିଁ ଭବିଷ୍ୟ ବିଚାର ।୨।


ଶିକ୍ଷା ଦିଏ ଜ୍ଞାନ   ଜ୍ଞାନ ଦିଏ ମାନ

   ହେଲାଣି ଭୂତ ବିଚାର

ଅର୍ଥ ପ୍ରତିପତ୍ତି    ଦେଉଛି ସୁଖ୍ୟାତି

   ସବୁଠି ଧନ ଆଦର ।

   ଜ୍ଞାନ ହେଲାଣି ଅସାର

ଡାକ ଦେଲେ ଭେକ  ନିରବଇ ପିକ

    ଜ୍ଞାନୀ ମୂଢଙ୍କ ସଭାର ।୩।


ସତ୍ୟ ନ୍ୟାୟ ଧର୍ମ  ଦୟା କ୍ଷମା କର୍ମ 

    ହୋଇଲା ଆଜି ଅସାର

ଘୃଣା ଈର୍ଷା ହିଂସା  ଆସୂୟା ବରଷା

    ସଂସାର ବେଭାର ସାର ।

    ମାନବବାଦର ହତ୍ୟା 

ପଳ ପଳ କରି   ଦେବତ୍ବ ବିସ୍ମରି 

    ସୃଷ୍ଟି ନାଶ ବନ୍ୟା ବାତ୍ୟା ।୪।


ଆନ ଦୋଷ ଖୋଜି ହରି ହରି ଭଜି

    ମଣିଷ ବୋଲାଏ ଷ୍ରେଷ୍ଠ

 ଧରମ ନାମରେ  ଆଖି ଠାର ମାରେ

    ଅଧର୍ମ କର୍ମେ ଆବିଷ୍ଟ।

    ଜାଗ ଜାଗ ଶ୍ରେଷ୍ଠ ଜୀବ

ଜନମ ନିଶ୍ଚିତ  ମୃତ୍ୟୁ ସୁନିଶ୍ଚିତ 

    ନ ଭୁଲିବା ଏହି ଭାବ।୫


କୋଟି ଜୀବ ଯୋନି ଛାଡି ନର ପ୍ରାଣୀ

    ଈଶ୍ବର ଦେଲେ ଜନମ

ପିତା ମାତା ନାମ  କରି ପୂର୍ଣ୍ଣକାମ

    ଅମର କରିବା ନାମ।

    ପରୋପକାରେ ସରଗ

ପର ପୀଡନରେ ପାପ ଭାର ବଢେ

    ବାଛିବା ଉଚିତ ମାର୍ଗ।୬

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational