STORYMIRROR

BULU BEHERA

Fantasy Inspirational

4  

BULU BEHERA

Fantasy Inspirational

ଧନ୍ୟ ତୁମ ଅବତାରକୁ

ଧନ୍ୟ ତୁମ ଅବତାରକୁ

1 min
246

ସତ୍ୟ ଯୁଗରେ ପ୍ରଭୁ ନରସିଂହ

ଅବତାର ନେଇଥିଲେ ବୋଲି

ଆମେ ପୁରାଣରେ ପଢ଼ିଛୁ , ଶୁଣିଛୁ

କିନ୍ତୁ ଆଖିରେ କେବେ ଦେଖି ନାହୁଁ

ତ୍ରେତୟାରେ ପ୍ରଭୁ ରାମଚନ୍ଦ୍ରଙ୍କ

ରାମବତାର ରାମାୟଣରେ ସବୁ

ବର୍ଣ୍ଣିତ ହୋଇଛି କିନ୍ତୁ ଆମେ

କେହି ତାଙ୍କୁ ଦେଖିନାହାନ୍ତି

ଦ୍ୱାପରରେ ପ୍ରଭୁ ଶ୍ରୀକୃଷ୍ଣ

କୃଷ୍ଣIବତାରରେ ଦେବକୀ କୋଳରେ

ଜନ୍ମ ହୋଇ ଯଶୋଦା କୋଳରେ ବଢିଥିଲେ

କିନ୍ତୁ ଏସବୁ କଥା ପୁରାଣରୁ ପ୍ରମାଣ ମିଳେ

ହେଲେ ଆମେ ସ୍ଵ ଚକ୍ଷୁରରେ ଦେଖିନାହୁଁ

କଳି ଯୁଗରେ ପ୍ରଭୁ ଶ୍ରୀଜଗନ୍ନାଥ

କଳ୍କୀ ଅବତlରରେ ସ୍ୱୟଂ ବିରାଜମାନ

କେଉଁ ଆବାହମାନ କାଳରୁ  

ପୁରାଣରୁ ଖୋଜିଲେ ସବୁ ମିଳେ

କିନ୍ତୁ ଆମେ ଆଖିରେ ଦେଖିନୁ

ବର୍ତ୍ତମାନ କଳିର ଶେଷ ସମୟରେ

ସେ ବହୁବାର ଅବତାର ନେବାର

ସବୁ ଦେଖିଛ , ଜାଣିଛ ଆଉ ଶୁଣିଛ

କିନ୍ତୁ କହିଲେ କେହି ବିଶ୍ୱାସ କରିବେନି

ଯେତେବେଳେ ନିଜ ଦେହ ତ୍ୟାଗ କରି

ଅନ୍ୟ ଏକ ଅବତାରକୁ ଗ୍ରହଣ କରେ

ସେତେବେଳେ ଦେଖିବାକୁ ଭାରି ସୁନ୍ଦର

କୌତୁକିଆ ଓ ମନଲୋଭା ଦେଖାଯାଏ

ଶ୍ରୀରାମଙ୍କର କୃଷ୍ଣବତାର ଯେପରି 

 ସଁବାଳୁଆର ପ୍ରଜାପତି ଅବତାର ମଧ୍ୟ

ଠିକ ସେହିପରି ଘଟୁଛି, ଘଟୁଥିବ 

ଘୃଣ୍ୟ ତୋର ଅତୀତ ଅବତାରକୁ 

ଆଉ ଧନ୍ୟ, ଧନ୍ୟ  ତୋର 

ଏହି  ପ୍ରଜାପତି  ଅବତାରକୁ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy