STORYMIRROR

Puspanjali Panda

Abstract

3  

Puspanjali Panda

Abstract

ଧନ ମୋର

ଧନ ମୋର

1 min
261

ସୁନା ଧନ ମୋର କହ୍ନାଇ ସୁନ୍ଦର

କରିବୁନି କେବେ ପର

ଜଶୋଦା ନୁହେଁ ମୁଁ ଦେବକି ନୁହେଁ

ଦେଇ ପାରିବିନି ପ୍ରେମ ମୂଲ

ହେଲେ ତୁ' ମୋ ପାଇଁ ସବୁରେ କହ୍ନାଇ 

ତତେ ଛାଡି ପ୍ରାଣ ନାହିଁ

ଦିନେ ନ ଦେଖିଲେ ପୂଜା ନ କରିଲେ

ବଞ୍ଚି ପାରିବିନି ମୁହିଁ

ତୁ ମୋର ସକାଳ ସଞ୍ଜ ରାତିବେଳ

ଗୋପନ ସପନ ସବୁ

ଲହୁଣୀ ଘିଅ ର ପ୍ରସାଦ ବାଢ଼ିଛି

କେତେ ତୁ ଆଉ ରୁଷିବୁ

ଚନ୍ଦନ ଘୋରିଛି ଫୁଲ ବି ଗୁନ୍ଥିଛି

ଝୁଲଣା ବି ଲଗାଇଛି

ଆ ଧନମଣି ମୋ ମନ ରଙ୍କୁଣୀ

ଅପେକ୍ଷା ରେ ବିତଉଛି

ହୃଦ ଗୋପପୁର ଝୁରୁଛି ତତେରେ

ତୋ ବିନା ଆଉ କେ ନାହିଁ

ଡାକି ଡାକି ବେଳ ସରିଆସିଲାଣି

ଆରେ କଳା କହ୍ନାଇ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract