STORYMIRROR

Sudhir Kumar Panda

Inspirational Thriller

3  

Sudhir Kumar Panda

Inspirational Thriller

ଧାନ - ଏକ ସନେଟ୍

ଧାନ - ଏକ ସନେଟ୍

1 min
268

ଅକ୍ଷି ମୁଠି ବୁଣୁ ବୁଣୁ ବୁଣିଥାଏ ମନେ ମୋର ଅନେକ ସପନ

ସପନ ନୁହଇଁ ତାହା ବଞ୍ଚିବାର ଅନୁପମ ଉପାଦାନ ଯେତେ

ଚୁନା ଚୁନା ସ୍ବପ୍ନ ଦିଏ ବୁଣା ହେବା ଗୋଟି ଗୋଟି ଧାନ

ଯାହା ହେଉ ପରିଶ୍ରମ କଷ୍ଟ କେବେ ଦିଏନାହିଁ ମୋତେ।


ଧରିତ୍ରୀ କର୍ଷଣ ବେଳେ କେବେ କାଚ କେବେ କଣ୍ଟା ଫୁଟେ

ମାଟି ମାଆ ଓଦା ହୁଏ ଚାଖି ମୋର ପାଦର ରୁଧିର

ମନେ ପଡେ ପିଲାଦିନ ଆଙ୍ଗୁଠି କଟିଲେ ରକ୍ତ ବୋଉ ଯେ ଆକଟେ

ମାଟି ମାଆ ଓ ବୋଉର ସବୁବେଳେ ସନ୍ତାନର ସୁଖର ଫିକର।


ରକ୍ତ ଆଉ ପଡିଥିବା ଝାଳ ଧାନ ଦେହେ ଆସିଥାଏ ଫେରି

ଶସ୍ୟର ଦେହରେ ଥାଏ ଲାଲ ଆଉ ପାଉଁସିଆ ଦାଗ

କୁଟା ଧାନ ନାଲି ଦାଗ ଦେଖିଦେଲେ ମନ ଯାଏ ଭରି

ଜଣାପଡେ ମାଟି ମାଆ ଧାନ ସାଥେ ଫେରାଇଛି ସେଇ ରକ୍ତ ଭାଗ।


ବୁଣିଥିବା ସ୍ବପ୍ନ ଯେତେ ଧାନକେଣ୍ଡା ଲହକାରେ ଖିଲିଖିଲି ହସେ

ମୁଠାଏ ସପନ ଚାଙ୍ଗୁଡିଏ ଧାନ କରି ମାଟି ମାଆ ଫେରାଏ ହରସେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhir Kumar Panda

Similar oriya poem from Inspirational