STORYMIRROR

Gunanidhi Samal

Abstract

2  

Gunanidhi Samal

Abstract

"ଦଗ୍ଧ ଜୀବନ"

"ଦଗ୍ଧ ଜୀବନ"

1 min
186

ଅସ୍ତ ରବିର କରୁଣ ଚାହାଁଣି

ତଟିନୀ'ର ବେଳାଭୂଇଁ

କି'ବାରତା ଆଣେ ଜାଣିଛକି କେହି

ସଞ୍ଜ ଯେବେ ଆସେ ନଇଁ

ଜହ୍ନ ହସିଲେ ଆକାଶ ଛାତିରେ

ମହଳଣ ପଡେ ତାରା

ଲୋଡ଼ା ଏକା ସେହି କ୍ଷଣିକ ଉନ୍ମାଦ

ନ'ହସୁ ପଛକେ ଧରା

ପଉଷ ମାସର ହାଡ଼ଭଙ୍ଗା ଶୀତ

ଦେହେ ସିନା ଭରେ ତାତି

ଦଗ୍ଧ ଜୀବନେ କିବା ଲୋଡ଼ା ଆଉ

ମଧୁଝରା ମଧୁ ରାତି

ତାହାଠାରୁ ଭଲ ଗୋଧୂଳି ଲଗନ

ଉଦାସିଆ ଆଖି ପତା

ଭଲ ପାଇବାଠୁ ଶତଗୁଣ ଭଲ

ମଶାଣିର ଜୁଇ ଚିତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract