STORYMIRROR

Gunanidhi Samal

Tragedy

4  

Gunanidhi Samal

Tragedy

ଦେଉଛି ଆଶିଷ ବାଢ଼ି

ଦେଉଛି ଆଶିଷ ବାଢ଼ି

1 min
410

ଭୁଲିଯିବୁ ମୋତେ ଭୁଲିଯିବୁ ମନୁ

ଯାଉଛି ଆଜି ମୁଁ'ଚାଲି

ଅତୀତର ସ୍ମୃତି ମନୁଦେବୁ ପୋଛି

ଅଳିକ ସପନ ବୋଲି।

ଏ'ଗାଆଁ ଦାଣ୍ଡରେ ତୋହରି ସାଥିରେ

ତୋଳିଥିଲି ବାଲିଘର

ତୁ ସାଜିଥିଲୁ ଲୋ' କନିଆଁ ମୋହର

ମୋତେ ସଜାଇଲୁ ବର ।

ଛୁଇଁଗଲା ଯେବେ ଭରା ଯଉବନ

ଭୁଲିଲୁ ସେଦିନୁ ମୋତେ

କେମିତି ସହିବି ଆଉ କାହାସାଥେ

ଆଖିରେ ଦେଖିଲେ ତୋତେ ।

ଯାଉଛି ମୁଁ' ଚାଲି ଅଜଣା ରାଇଜେ

ଏ'ମର ଶରୀର ଛାଡି

ହସୁଥାଉ ତୋର ସୁଖର ସଂସାର

ଦେଉଛି ଆଶିଷ ବାଢ଼ି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy