STORYMIRROR

Gunanidhi Samal

Tragedy

4  

Gunanidhi Samal

Tragedy

ଦେଉଛି ଆଶିଷ ବାଢ଼ି

ଦେଉଛି ଆଶିଷ ବାଢ଼ି

1 min
407

ଭୁଲିଯିବୁ ମୋତେ ଭୁଲିଯିବୁ ମନୁ

ଯାଉଛି ଆଜି ମୁଁ'ଚାଲି

ଅତୀତର ସ୍ମୃତି ମନୁଦେବୁ ପୋଛି

ଅଳିକ ସପନ ବୋଲି।

ଏ'ଗାଆଁ ଦାଣ୍ଡରେ ତୋହରି ସାଥିରେ

ତୋଳିଥିଲି ବାଲିଘର

ତୁ ସାଜିଥିଲୁ ଲୋ' କନିଆଁ ମୋହର

ମୋତେ ସଜାଇଲୁ ବର ।

ଛୁଇଁଗଲା ଯେବେ ଭରା ଯଉବନ

ଭୁଲିଲୁ ସେଦିନୁ ମୋତେ

କେମିତି ସହିବି ଆଉ କାହାସାଥେ

ଆଖିରେ ଦେଖିଲେ ତୋତେ ।

ଯାଉଛି ମୁଁ' ଚାଲି ଅଜଣା ରାଇଜେ

ଏ'ମର ଶରୀର ଛାଡି

ହସୁଥାଉ ତୋର ସୁଖର ସଂସାର

ଦେଉଛି ଆଶିଷ ବାଢ଼ି ।


Rate this content
Log in

Similar oriya poem from Tragedy