ବହୁରୂପି
ବହୁରୂପି
ବିଚାରି ସୁଚାରି ଭାବ କରିଯିବା
ନ ହେଲେ ଭାରି ପଡିବ
ପ୍ରାରମ୍ଭରୁ ଆମେ ସତର୍କ ରହିଲେ
ଆମ ପାଇଁ ଭଲ ହେବ ।
ଆଜି କାଲି କେତେ ବହୁରୂପି ଲୋକ
ସମାଜରେ ବୁଲୁଛନ୍ତି
ସ୍ମିତ ହସି ଦେଇ ମିଠା କଥା କହି
ସ୍ୱାର୍ଥ ହାସଲ କରନ୍ତି ।
ତାରା ଦେଖିଅଛ ଜହ୍ନ ଦେଖାଇବି
ଏମିତି କେତେ କହିବେ
ପାଇବା ଲୋଭରେ ଆମକୁ ଫସାଇ
ସବୁ କାମ କରିନେବେ ।
ମାନ ଓ ସମ୍ମାନ କିଛି ନୁହଁ ସେତ
ଅର୍ଥ ଯେ ବଡ଼ ତାଙ୍କର
ନିଜ କାମ ସାରି ଚାଲି ଯିବେ ଛାଡି
ହେବା ନାହିଁ ଯେ କାହାର ।
ବହୁତ କହିବେ ପାଇଲେ ଚାଲିବେ
ହେବେନି ସେତ କାହାରି
ସମୟ ଆସିଲେ ସବୁ ଭୁଲି ଯିବେ
ଛାତିରେ ମାରିବେ ଛୁରୀ ।
ସୁବିଚାର କରି ନିଜକୁ ପଚାରି
ଭାବ କରିବା ଜରୁରୀ
ଭାବ ତ କରିବା ସେହି ଲୋକକୁ ଯେ
କ୍ଷତି ନ ହେବ ଆମରି ।
ଏ ଘର ମାଉସୀ ସେ ଘର ପିଉସୀ
ଏପରି କେତେ ହୋଇବେ
ସମାଜ ଭିତରେ ଭାଇ ଭାଇ ମଧ୍ୟେ
ବିଶୃଙ୍ଖଳା କରିଦେବେ ।
ମୁଖରେ ତାଙ୍କର ମଧୁ ଭାରି ଥାଏ
ମନରେ ରଖନ୍ତି ବିଷ
ରାଜନୀତି କରି ସୁନା ସଂସାରକୁ
କରିଦେବେ ସର୍ବନାଶ ।
ଚତୁର ଲୋକକୁ ପାଖେ ନେଇ ଯାଇ
କହିବେ କିଛି କାନରେ
ସେହି ଲୋକ ପୁଣି ଚୁପ ହୋଇଯିବେ
ଚାଲିବେ ତାଙ୍କ କଥାରେ ।
ସତର୍କ ରହିବା ନିଜକୁ ବୁଝିବା
ଆଗକୁ ଆମେ ଚାଲିବା
ଯିଏ ଯାହା କହୁ ଯିଏ ଯାହା କରୁ
ସମ୍ପର୍କକୁ ନା ଭୁଲିବା ।