STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଦେଶଭକ୍ତ ସୁରେନ୍ଦ୍ର ସାଏ

ଦେଶଭକ୍ତ ସୁରେନ୍ଦ୍ର ସାଏ

1 min
332


ସୁରେନ୍ଦ୍ର ସାଏ ହେ ସୁରେନ୍ଦ୍ର ସାଏ

     ଭାରତ ମାତାକି ଜୟ ହେ ଜୟ ll

ଧନ୍ୟ ହେ ଓଡ଼ିଆ ମାଟି ଲଢ଼ୁଆ

      ଛଡ଼ାଇଲ ଫିରିଙ୍ଗିଙ୍କ କାଢ଼ୁଆ ll

ଧନ୍ୟ ମହୀୟାନ ବୀର ପୁଙ୍ଗବ

     ଅର୍ଜୁନ ହସ୍ତେ ଯଥା ଗାଣ୍ଡୀବ ll

ଭାରତ ସମରେ ସାର୍ଥକ ରଥୀ

    ହାତୀ ଲଢ଼େଇକୁ ପାତିଲ ଛାତି ll

ରକତ ଗାରରେ ମାରିଲ ଟୀକା

    ମୁଣ୍ଡରେ ଭିଡି଼ଲ ଗାମୁଛା ଠେକା ll

ହୀରାଖଣ୍ଡ ମୋର ହୀରକ ଭୂମି

    କିଏରେ ଫିରିଙ୍ଗି ତୁମେ ହାରାମି ll

ସିଂହ ଘରେ କର ଶୃଗାଳ ଲୀଳା

    ଜଲ୍ଦି ଜଲ୍ଦି ତୁମେ ଗୁଡ଼ାକ ପଳା ll

ତୁମ ହାତେ ଗୁଳି ଗୋଳା କମାଣ

   ଲବେ ଭୟ ନାହିଁ ମୋହର ଜାଣ ll

ମୋର ହସ୍ତେ ଦେଖ ବାଣ ଧନୁଷ

     ଦେଶ ଲୁଟିଆଙ୍କୁ ମୁହିଁ ନୃଶଂସ ll

ମାଆ କ୍ଷୀର ପିଇ ଟାଣୁଆ ମୁହିଁ

    ସ୍ୱର୍ଗୁ ଗରିୟସୀ ମୋ ଜନ୍ମଭୂଇଁ ll

ସୁଝାଇବି ମୁହିଁ ମାଆର ଋଣ

    ଭୀଷ୍ମ ପ୍ରତିଜ୍ଞା ଏ ଫିରିଙ୍ଗି ଜାଣ ll

ଛାଡ଼ିଯିବ ବାବୁ ତୁମ୍ଭ ଚାତର

     ଶୁଣରେ ଶୁଣରେ ଧଳା କୁକୁର ll

ପଛେ ଦେବି ମୁହିଁ ଶିର କଟାଇ

    ଝୁକାଇବା ନୀତି ମୋର ନୁହଁଇ ll

ଦେଶପ୍ରେମେ ତୁମ୍ଭ ଫୁଟେ ରକତ

   ସାଏ ତୁମେ ବୀର ଦେଶ ଭକତ ll

ବୀର ନାହା ତୁମ୍ଭ ବଜ୍ର ନିର୍ଘୋଷ

     ଝୁରୁଛି ଓଡ଼ିଶା ଝୁରୁଛି ଦେଶ ll

ଦେଶଭକ୍ତ ତୁମେ ଅତି ମହାନ

   ତୁମ ପଦେ କରେ କୋଟି ନମନ ll

          


Rate this content
Log in

Similar oriya poem from Inspirational