STORYMIRROR

ସୁମନ୍ତ ବେହେରା

Romance

3  

ସୁମନ୍ତ ବେହେରା

Romance

ଦେଖିଲି ଗୋଟିଏ ଝିଅ

ଦେଖିଲି ଗୋଟିଏ ଝିଅ

1 min
219

ଜାଗର ରାତିରେ ମନ୍ଦିର ବେଢାରେ 

     ଦେଖିଲି ଗୋଟିଏ ଝିଅ ।

ପୂଜା ସାରି ସିଏ ଲାଜେଇ ଆସିଲା 

    କହିଲା ପ୍ରସାଦ ନିଅ ।।


ରୂପରେ ଅଟେ ସେ ଲାବଣ୍ୟବତୀ 

   ଚାଲିରେ ଫୁଟଇ ପଦ୍ମ ।

ପରି ରାଇଜର ପରିଟିଏ ବୋଧେ 

    ହୋଇଆସିଥିଲା ଛଦ୍ମ ।।


ଦେଖିଲି ରୂପକୁ ଲାଖିଗଲା ଆଖି 

   ମନ ବି ଅଟକି ଗଲା ।

କ୍ଷଣିକ ସମୟେ ମୋହିନୀ ରୂପରେ 

   ମନ ସେ ଚୋରାଇ ନେଲା ।।


ପ୍ରସାଦ ଦେଇଣ ସ୍ମିତ ହସି ଦେଇ 

   ଚାଲିଗଲା ସିଏ ପୁଣି ।

ଗହଳି ଭିତରେ କେଉଁଠି ହଜିଲା 

   ପାରୁନାହିଁ ମୁହିଁ ଜାଣି ।।


କିଏ ସେ ରମଣୀ କେଉଁଠି ଖୋଜିବି 

    ନାମ ତାର ଜଣା ନାହିଁ ।

ତଥାପି ଖୋଜିଲି ମନ୍ଦିର ବେଢାରେ 

    ମନରେ ଆଶାକୁ ନେଇ ।।


ଖୋଜୁ ଖୋଜୁ ମୁହିଁ ପାହିଗଲା ରାତି 

    ଜାଗର ହୋଇଲା ଶେଷ । 

ପାଇଲି ନାହିଁ ମୁଁ ସେଇ ତରୁଣୀକୁ 

  ମନରେ ଭରିଲା ବିଷ ।।


Rate this content
Log in

Similar oriya poem from Romance