ଦେଖି ଲାଗେ ଖୁସି
ଦେଖି ଲାଗେ ଖୁସି
ନୁହେଁ ମୋର ଖୁସି ନିଜସ୍ଵ ପାଇଁରେ
ଆନନ୍ଦ ବିଚ୍ଛିନ୍ନାଞ୍ଚଳ
ଓଡ଼ିଆ ମୁଁ ଜଣେ ସମ୍ମାନ ପାଉଛି
କରିଛି ଭିନ୍ନ ଉତ୍କଳ ।
ଛାଡି ନାହିଁ ଏଠି ନିଜ ମାତୃଭାଷା
ଭୁଲି ନାହିଁରେ ଉତ୍କଳ
ରହି ପଛୁ ପରା ଭାଗ୍ୟ କୁ ଆଦରି
ଯନ୍ତ୍ରଣା ସହି ସକଳ ।
ଶିକ୍ଷା ରତ୍ନ ପରା ଜନନୀର ଭାଷା
ମିଳୁ ଏ ସିଂହଭୂମିରେ
ଅଜ୍ଞାନୀ ମୁଁ ମୂର୍ଖ କବିତା ଲେଖୁଛି
ମାତୃଭାଷା ସୁରକ୍ଷାରେ ।
ମାତୃଭାଷା ବିନୁ ଜୀବନ ଟି ବୃଥା
ଦେଇ ଥିଲେ ଶିକ୍ଷା ଗୁରୁ
ଲେଖୁଛି କବିତା ବୃଦ୍ଧ ବୟସରେ
କରି ଅଛି ତାହା ଶୁରୁ ।
ଦୁଃଖ କଷ୍ଟ ଅତି ହେବାରୁ ବିଚ୍ଛିନ୍ନ
ବିଚ୍ଛିନ୍ନାଞ୍ଚଳ ବୁ ଝୁ ଛି
ଅଛନ୍ତି ଆନନ୍ଦେ ଉତ୍କଳେ ଓଡ଼ିଆ
ଆମକୁ କିଏ ଜାଣୁଛି ।
ଯେଉଁକ୍ଷେତ୍ରେନାହିଁ ଶିକ୍ଷାମାତୃଭାଷା
କେଉଁ ମୂଲ୍ୟ ତାହାଙ୍କର
ଅବା କେଉଁ ମୂଲ୍ୟ ନୂଆଶିକ୍ଷାନୀତି
ଅମୃତ କାଳ ତାଙ୍କର ।
ଧ୍ୟାନ ରଖିଛନ୍ତି ଜଗାକାଳିଆରେ
ଓଡ଼ିଆ ଆରାଧ୍ୟ ସେହୁ
ଜାଳିବେ ନିଶ୍ଚୟ ଶିକ୍ଷାର ପ୍ରଦୀପ
ମନରେ ଭରସା ବହୁ ।
କର ପ୍ର ତି କା ର ଦେଶର ପ୍ରଧାନ
କର କେନ୍ଦ୍ର ଶିକ୍ଷା ମନ୍ତ୍ରୀ
ଚାହିଁ ଦିଅ ନେତ୍ରେ ହେ ଚକାନୟନ
ହେଉ ମାତୃଭାଷା କ୍ରାନ୍ତି ।
ଶିକ୍ଷା ଜ୍ଞାନ ମିଳୁ ଓଡ଼ିଆ ଙ୍କୁ ଆମ
ଶିକ୍ଷକ ବ୍ୟବସ୍ଥା ହେଉ
ହେଉ ଝାଡ଼ଖଣ୍ଡେ ବହିର ମୁଦ୍ରଣ
ଶିକ୍ଷା ନୀତି ଗୁଞ୍ଜୁ ଥାଉ ।
ଯଦି ନାହଁ ହୃଦେ ଜନନୀର ଭାଷା
ନାହିଁ ହୃଦେ ରାଷ୍ଟ୍ର ପ୍ରେମ
ପଶୁର ସମାନ ଜୀବନ ବ୍ୟତୀତ
ନାହିଁ ଯଦି ସତ୍ୟ କର୍ମ ।
ନାହିଁ ବି ଚ ଳି ତ ଧର୍ଯ୍ୟ ଅଛୁ ରଖି
ସାକାର ହୋଇବ ବୋଲି
ଅଧିକାର ନିଶ୍ଚେ ପାଇବେ ଓଡ଼ିଆ
ହୋଇବ ଶିକ୍ଷାର ହୋଲି ।
ଉଚିତ ସମୟ ଅମୃତ ଏ କାଳ
ପ୍ରଧାନ ଆମ ବୁଝିବେ
ଗୌରବର ଗାଥା ବିଶ୍ବେ ଗୁଞ୍ଜୁ ଅଛି
ଆମରି କଥା ଜାଣିବେ ।