STORYMIRROR

DILIP KUMAR SAHOO

Classics

2  

DILIP KUMAR SAHOO

Classics

ଦେହେ ଖଇଫୁଟା ତାତି

ଦେହେ ଖଇଫୁଟା ତାତି

1 min
160


ଦେହେ ଖଇ ଫୁଟା ତାତି

ଜ୍ବରରେ ଥରୁଛି କାଳା ସାଆନ୍ତଙ୍କ

କମନୀୟ ରୂପକାନ୍ତି 

ଦେହେ ଖଇ ଫୁଟା ତାତି ।

ରତନ ବେଦିରୁ ସ୍ନାହାନ ବେଦିକୁ 

ଆସିଥିଲେ ନାଚି ନାଚି

କି ଗାଧୁଆ ସିଏ ଗାଧୋଇଲେ ବସି

ରଙ୍ଗ ହୋଇଗଲା ପୋଛି

କେଡେ ଖୁସିରେ ସେ ହାତୀ ବେଶ ହେଲେ

 ଜ୍ବର ନେଲା ହସ ଲୁଟି

ଦେହେ ଖଇ ଫୁଟା ତାତି।

ଛପନ ଭୋଗତ ପାଟିକୁ ରୁଚେନି

 ମନ କାହିଁ ଲାଗେନାହିଁ

ଲାଗେ ଧଳା ଫୁଲ ଘଷାହୁଏ ତେଲ

ଶୁଅନ୍ତି ଓଷୁଅ ପିଇ

ମନ୍ଦିର ଦୁଆରେ ପଟିଦିଅଁମାନେ

ପୂଜା ଏବେ ପାଉଛନ୍ତି

ଦେହେ ଖଇ ଫୁଟା ତାତି ।

ଅଣସର ଘରେ ପ୍ରଭୁଙ୍କ ବିଶ୍ରାମ

ଜ୍ବର ଉପଶମ ପାଇଁ

କେତେବେଳେ ସିଏ ଦେବେ ଦରଶନ        

ଭକତେ ଅଛନ୍ତି ଚାହିଁ

ଭଲ ହୋଇଗଲେ ବୁଲିବାକୁ ଯିବେ

ରଥ ଗଢା ହେଉଛନ୍ତି

ଦେହେ ଖଇ ଫୁଟା ତାତି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics