Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chikun Panda

Romance Fantasy Others

3  

Chikun Panda

Romance Fantasy Others

ଦେହ

ଦେହ

1 min
201


ମୋ ଦେହେ ଆଜି

କାଳବୈଶାଖୀର ତାତି,

ତୁମ ସ୍ପର୍ଶ ପାଇଁ

ତୁମ ଆଲିଙ୍ଗନ ପାଇଁ

ଉଜାଗର ରାତି ରାତି ।

ମୋ ଆଖି ରେ ଆଜି

ଶ୍ରାବଣର ଲୁହ,

ତୁମ ଆଖିରେ

ଦେଖିଥିବା ସପନ

ଭୁଲି ଯିବି କେମିତି କୁହ ।

ମୋ ଓଠରେ ଆଜି

ତୁମ ଚୁମ୍ବନର ଦାଗ 

ପୁଣି ଅପେକ୍ଷା କରିଛି

ତୁମ ଓଠର ସ୍ପର୍ଶ ପାଇଁ ।

ମୋ ଦେହେ ଆଜି

ଯୌବନର ଉନ୍ମାଦନା,

ସେ କି,ବୁଝିବ ତୁମ ଫେରିବା ନ ଫେରିବା ।

ଫେରି ଆସ ମୋର ପ୍ରିୟତମ

ତୁଟି ନ ଯାଉ ଆମ ବନ୍ଧନ ।

ଫେରି ଆସ ତୁମେ

ଜୀବନେ ମୋ

ନେଇ ଲକ୍ଷେ ଫଗୁଣ ।

ସଜାଇ ରଖିଛି ଗୋଲାପ ' ର ଶେଯ

ତୁମେ ଆସିବ ବୋଲି

ମୋ ଦେହେ ବୋଳିବ ପୀରତିର ରଙ୍ଗ

ସବୁ ବାଧା ବନ୍ଧନ ଭୁଲି ।



Rate this content
Log in