STORYMIRROR

Kabiratna Nutan Kumar Behera

Abstract Drama Action

3  

Kabiratna Nutan Kumar Behera

Abstract Drama Action

ଦେବୀ ଜଗଦ୍ଧାତ୍ରୀ ତୁମେ ସିଦ୍ଧିଦାତ

ଦେବୀ ଜଗଦ୍ଧାତ୍ରୀ ତୁମେ ସିଦ୍ଧିଦାତ

1 min
208


ଦେବୀ ଜଗଦ୍ଧାତ୍ରୀ ତୁମେ ସିଦ୍ଧିଦାତ୍ରୀ,

       ତୁମେ ଅନ୍ନଦାତ୍ରୀ ମା' ରୂପେ ଧରିତ୍ରୀ।

ଜଗତ ଜନନୀ ଅଭୟଦାୟିନୀ,

      ଶକ୍ତି ପ୍ରଦାୟିନୀ ତୁମେ ମା' ତାରିଣୀ।

ନବରାତ୍ର ପୂଜା କରୁ ରାଜା ପ୍ରଜା 

      ବାଜେ ଶୁଭ ବାଜା ଉଡ଼େ ଯଶ ଧଜା।

ଆସିଲେ ଆଶ୍ଵିନ ହୁଅ ଯେ ପ୍ରସନ୍ନ,

        ଖୁସି ହୁଏ ମନ ପୁଲକେ ପରାଣ।

ନବମ ଦିବସେ ସିଦ୍ଧିଦାତ୍ରୀ ବେଶେ,

       ଭକ୍ତିର ବିଶ୍ଵାସେ ଆସ ଭକ୍ତ ପାଶେ।

ତୁମେ ପଦ୍ମାସନା କର ବିବେଚନା,

        କରୁ ଆରାଧନା ବ୍ରତ ଉପାସନା।

ଚରଣ ବନ୍ଦନା ଏ ପୂଜା ଅର୍ଚ୍ଚନା,

     କରି ବାରେ ଘେନା ଦିଅ ଗୋ କରୁଣା।

ଚତୁର୍ଭୁଜା ରୂପେ ସିଦ୍ଧି ଦିଅ ତପେ,

       ହୃଦୟର କଳ୍ପେ ତୁମ ନାମ ଜପେ।

ଭୁଜେ ଶଙ୍ଖ ଚକ୍ର ଗଦା ପଦ୍ମ ଧର,

       ଆଶିଷେ ତୁମର  ପତିତ ଉଦ୍ଧାର।

ଚତୁର୍ବର୍ଗ ଫଳ ତୁମ କୃପା ବଳ,

      ପାଏ ଯେ ଦୁର୍ବଳ ହୁଏ ତା' ମଙ୍ଗଳ।

ତୁମେ ଦୟାମୟୀ ତୁମେ କୃପାମୟୀ,

   ହୋଇ ଗୋ ଆଶାୟୀ ହୋଇଛି ଆଶ୍ରୟୀ।

ସିଦ୍ଧିଦାତ୍ରୀ ତୁମେ ଏଇ ଧରାଧାମେ,

       ତୁମ ପାଦପଦ୍ମେ ଭକ୍ତିରେ ପ୍ରଣମେ।

        

  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract