ଦେବା ଆମେ ଆତ୍ମବଳି
ଦେବା ଆମେ ଆତ୍ମବଳି


ଶବ୍ଦରୁ ସୃଜନ-13. କର୍ତ୍ତବ୍ୟ :
ଦେଶ-ଜାତି ପାଇଁ ଦରକାର ହେଲେ ଦେବା ଆମେ ଆତ୍ମବଳି,
କ୍ଷମା ମାଗିନେବା ମଥା ପାତିଦେବା ତୁଟେଇ ଦେବାକୁ କଳି |
ବଡ଼କାମ ଦେଖି ଛୋଟ କାମଟିକୁ କରିବାନି ହତାଦର,
ମହତ କାର୍ଯ୍ୟରେ ଛୋଟ ଛୋଟ କ୍ଷତି ସହିଯିବା ଦରକାର |
ଉପଯୁକ୍ତ ପାତ୍ର ଦେଖି ଦାନକଲେ ଅଯଥା ଯାଏନା ଧନ,
ଆବଶ୍ୟକ ଦେଖି ଖର୍ଚ୍ଚ କରୁଥିବା ଖୋଲା ରଖି ହାତ-ମନ |
ଅଯଥା ଖର୍ଚ୍ଚକୁ କମାଇ ପାରିଲେ ରୋଜଗାର ଭଳି ହେବ,
ଋଣ-ରୋଗ ଥିଲେ ବଢି ବଢିଯାଏ ଦୁଃଖ ଯନ୍ତ୍ରଣା ସେ ଦେବ |
ଅଜାଚିତି ଭାବେ ପରାମର୍ଶ ଦେଲେ ତାହା ହୁଏ ମୂଲ୍ୟହୀନ,
ସମୟ କେବଳ ମୂଲ୍ୟବାନ ନୁହେଁ ସମୟ ହିଁ ବଳବାନ |
ମାଗିବାକୁ ଯଦି ପଡ଼ିଥାଏ କେବେ ଇଶ୍ଵରଙ୍କ ପାଶେ ମାଗ,
କାର୍ଯ୍ୟର ଗୁରୁତ୍ଵ ଦେଖି ଚାହିଁ ବୁଝି ତାକୁ କରିନେବା ଆଗ |