STORYMIRROR

Soumya Shubhadarshinee

Abstract

3  

Soumya Shubhadarshinee

Abstract

ଡୋରି

ଡୋରି

1 min
334

 


 ଅଲେଖା ଦସ୍ତାବିଜଟେ ତୁ ସତେ

  ମୋ ହୃଦୟର ପୃଷ୍ଠାରେ ସାଇତା

କେବେ ତୁ ମିଠା ମଳୟର ସ୍ପର୍ଶ

  ପୁଣି କେବେ ନିଝୁମ ରାତିର କବିତା


ସେ କୁନୁମୁନିଆ ଖରାବେଳେର 

 ଆମ ଲୁଚାଚୋରା କିତିକିତି ଖେଳ

ଆଉ ପୁଣି କୁଆଁର ପୁନେଇଁ ରାତିରେ

ପୁଚି , ପାଣି ପାହାଡ଼ ,ବୋହୁଚୋରି ମେଳ


ଡହଡହ ଖରାଛୁଟି ବେଳର ସେଇ 

 ଆମ୍ବ , ଲଙ୍କା ,ଲୁଣ ପାଗ ରସାଳ ସୁଆଦ 

ତୋ ସହ ଭଲ ଲାଗେ ଜୀବନର ସବୁ

 ଖଟା ମିଠା ପିତା କଷା ଖାଇବା ବରାଦ


ଆମ ଟୁଙ୍ଗୀ ଘର କୁନି ଖଟ ଆଉ 

 ସେଇ ଲୁଡୁପାଲି ସହ ତୋ ମୋ କଳି

ସେ ବିଭୋର ପିଲାଦିନ ହସ କାନ୍ଦ 

 ଆତ୍ମୀୟତାର ଋତୁମତୀ ପ୍ରୀତି ଅଳି 


ଖୁବ୍ ମନେ ପଡେ ସଖୀ ଆମ ଅତୀତ

 ଯେଉଁଠି ବାନ୍ଧି ଆସିଛେ ସଖ୍ୟତା ଡୋରି

ପୁଣି ଥରେ ଜିଇଁବାର ଇପ୍ସା ଅଛି ମନେ

ଆ ପୁଣି ଯିବା ସେଇ ପିଲାଦିନକୁ ଫେରି 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract