ଡଙ୍ଗା
ଡଙ୍ଗା
ରାତି ନପାହୁଣୁ ନୀଳଦରିଆରେ
ଡଙ୍ଗା ଭାସେ ମାଳମାଳ
ମାଛ ଧରି ବାକୁ ନୋଳିଆ ଯାଆନ୍ତି
ଅଥଳ ସାଗର ଜଳ ।
ମାଛ କଙ୍କଡାରେ ସ°ସାର ତାଙ୍କର
ସାହା ତାଙ୍କ କାଠ ଡଙ୍ଗା
ଲୁଣି ପବନକୁ ଖରା ତେଜରେ ତ
ମୁହଁ ପଡିଯାଏ ରଙ୍ଗା ।
ଖରା ବରଷାକୁ ନଥାଏ ଖାତର
ମାଛ ଧରିବାରେ ମନ
କାତ ଆହୁଲାକୁ ଭରସା କରି ସେ
ଡଙ୍ଗାରେ କାଟନ୍ତି ଦିନ ।
ଦିନ ବୁଡୁବୁଡୁ ମାଛଧରା ସାରି
ଆସନ୍ତି କୂଳକୁ ଫେରି
କୂଳରେ ବସଇ ମାଛ ହାଟ ସେତ
ଘଣ୍ଟାକରେ ଯାଏ ସରି ।
ଦିନେ ଦିନେ ଜମା ମାଛ ମିଳେ ନାହିଁ
ଖାଲି ଡଙ୍ଗା ଆସେ ଫେରି
ଖାଲି ଡଙ୍ଗା ଦେଖି ପିଲାପରିବାର
ଦୁଃଖ ହୋଇଯାଏ ଭାରି ।
ଝଡ ତୋଫାନର ସୂଚନା ଆସିଲେ
ସମୁଦ୍ରକୁ ଯିବା ମନା
ଡଙ୍ଗା ନ ଚାଲିଲେ ପେଟ ତ ଉପାସ
ମିଳେ ନାହିଁ ଦାନାକନା।
ଡଙ୍ଗା ସେମାନଙ୍କ ଜୀବନ ଜୀବିକା
ସମୁଦ୍ର ତାଙ୍କର ମାଆ
ଡଙ୍ଗା ବିନା ଏହି ନୋଳିଆମାନଙ୍କୁ
କିଏବା ହୋଇବ ସାହା !
