ଡଙ୍ଗା ଓ ଶଗଡ଼ଗାଡି
ଡଙ୍ଗା ଓ ଶଗଡ଼ଗାଡି
ଜଳପଥେ ପରିବହନର ମାଧ୍ୟମ ଡଙ୍ଗା
ସ୍ଥଳପଥେ ଶଗଡ଼ଗାଡି ।
ଡଙ୍ଗା ଉପରେ ଶଗଡ଼ ଲଦି ନାଉରିଆ
ନଦୀ କରୁଅଛି ପାରି ।।
ପାରମ୍ପାରିକ ପରିବହନର ମାଧ୍ୟମ ଏତ
ଡଙ୍ଗା, ଶଗଡ଼ ଗାଡ଼ି ।
ଚଲେଇବା ପାଇଁ ଲୋଡା ନାହିଁ ତୈଳ
ମାଂସପେଶୀ ବଳେ ଚାଲଇ ।।
ଡଙ୍ଗାକୁ ବାହି ନେଇଥାଏ ନାଉରିଆ
ଶଗଡ଼ ଚଲାଏ ଶଗଡିଆ ।
ଡଙ୍ଗା ବାହିବାକୁ କାତଟିଏ ଲୋଡା
ଶଗଡେ ବଳଦ ଏକ ଯୋଡା ।।
ଆଧୁନିକ ଯୁଗରେ ଡଙ୍ଗା ବଦଳେ
ମୋଟର ବୋଟ ଚାଲଇ ।
ଶଗଡ଼ ଯାଗାରେ ଚାଲଇ ଟ୍ରାକ୍ଟର
ଇଞ୍ଜିନିରେ ତେଲ ପକାଇ ।।
ସମୟ ଆସିବ ଡଙ୍ଗା, ଶଗଡ଼ଗାଡି
ସବୁଠି ଖୋଜା ପଡିବ ।
ଚଲେଇବାକୁ କିଏ କୁଶଳୀ ନ ଥିବେ
ଚାଳକ ଅଭାବ ହେବ ।।
ପ୍ରଦୂଷଣ ମୁକ୍ତ ଯାନ ଏ ଦୁଇ ତ
ଡଙ୍ଗା ଓ ଶଗଡ଼ ଗାଡ଼ି ।
ଦୂର କରିବାନି ନିଜଠୁ କେବେ ତାକୁ
ଆଧୁନିକ ମୋହେ ପଡି ।।