STORYMIRROR

Purnima Prusty

Tragedy Others

3  

Purnima Prusty

Tragedy Others

ଡିଅର ଡାଏରୀ

ଡିଅର ଡାଏରୀ

1 min
11.7K

ଜୁଆରଠୁ ବଞ୍ଚେଇବ ଭାବି ମନେ ମନେ

ଗଢିଦେଲି ବାଲି ଘର ହୃଦ ଉପବନେ

ନିଜେ ତାକୁ ଭାଙ୍ଗି ଦେଲ ହେଇ ସ୍ୱାର୍ଥପର

ଥରେ ଖାଲି କହି ଯାଅ,କି ଭୁଲ୍ ମୋର...


ପବନଠୁ ବଞ୍ଚେଇବ ଭାବି ମନେ ମନେ

ଗଢିଦେଲି ବସା ଟିଏ ତୁମ ପାଇଁ ସ୍ୱପ୍ନେ

ଉଜାଡ଼ିଲ ତାକୁ ସାଜି ଅଦିନିଆ ଝଡ଼

ଦଗାଦିଆ ଜୀବନର,ଏ କେଉଁ ମୋଡ଼ ...


କୁହୁଡିଠୁ ବଞ୍ଚେଇବ ଭାବି ମନେ ମନେ

ଗଢି ଦେଲି କୁଡ଼ିଆ ଟେ ସୁନୀଳ ଗଗନେ

ବର୍ଷା ହେଇ ବର୍ଷି ଗଲ କେମିତି ଯେ ଆଜି

ଦୋ ଛକିରେ ପ୍ରେମ ମୋର,ଲାଗିଛି ବାଜି...।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy