STORYMIRROR

Bidyadhar Mantry

Abstract Drama Classics

4  

Bidyadhar Mantry

Abstract Drama Classics

ଡାଳିକିଆ ବେଶ

ଡାଳିକିଆ ବେଶ

1 min
6


କାର୍ତ୍ତିକ ର ଶୁକ୍ଳ ଚତୁର୍ଦ୍ଦଶୀ ତିଥି

ଯେବେ ହୁଏ ଉପଗତ

ଶ୍ରୀଜୀଉଙ୍କ ଡାଳିକିଆ ବେଶ ବିଧି

କ୍ରମେ ହୁଏ ତ୍ୱରାନ୍ୱିତ

ଲକ୍ଷ୍ମୀନୃସିଂହ ବେଶ ଭାବେ ବି ଗଣା 

ଏହି ଡାଳିକିଆ ବେଶ 

ସୋଲ ନିର୍ମିତ ଡାଳ ପତ୍ର ସହିତ

ସୁନାକିଆ ଲାଗି ବେଶ

ସୋଲ ନିର୍ମିତ ଡାଳ ଜୀଉଙ୍କ ଚୂଳରେ

ତତ୍କାଳ ଲାଗେ ଯେପରି

ସୁନାକିଆ ଡାଳ ଭଳି ଖଞ୍ଜା ଯାଏ

ନାମକରଣ ସେପରି


ଅବତାରୀ ପୁରୁଷ ଶ୍ରୀଜଗନ୍ନାଥଙ୍କ

ଚତୁର୍ଥ ଅବତାରରେ

ନୃସିଂହ ରୂପରେ ହେଲେ ଆବିର୍ଭୁତ

ତଥ୍ୟ ପୁରାଣ ପୃଷ୍ଠାରେ

ଜଗନ୍ନାଥଙ୍କ ଆଦ୍ୟ ରୂପ ନୃସିଂହ

ନୃସିଂହ କ୍ଷେତ୍ର ଶ୍ରୀକ୍ଷେତ୍ର

ନୃସିଂହଙ୍କ ଉପାସନା ଶ୍ରୀମନ୍ଦିରେ

ବିଧି ବିଧାନ ସହିତ 

ସ୍ଵୟଂ ବ୍ରହ୍ମାଙ୍କ ଯଜ୍ଞରେ ଆବିର୍ଭାବ

ଯଜ୍ଞ ନୃସିଂହ ରୂପରେ 

କ୍ରମେ ଦାରୁ ରୂପେ ହେଲେ ଆବିର୍ଭାବ

ମହୋଦଧି ର ତଟରେ 

ଶ୍ରୀମନ୍ଦିର ପୂର୍ବରେ ଚକ୍ର ନୃସିଂହ

ଉଗ୍ର ନିଶା ପଶ୍ଚିମରେ

ଉତ୍ତର ଦିଗରେ ବି ଆଦି ନୃସିଂହ

ପଣ୍ଡୁ ଦକ୍ଷିଣ ଦିଗରେ

ଶ୍ରୀମନ୍ଦିରର ପନ୍ଦରଟି ସ୍ଥାନରେ

ଷୋଳ ନୃସିଂହ ବିଗ୍ରହ

ଶ୍ରୀକ୍ଷେତ୍ରରେ ପୁଣି ଶୀଙ୍ଗଡା-ନୃସିଂହ

ନାମରେ ଅଛି ବିଗ୍ରହ

ହିରଣ୍ୟ କଷ୍ୟପୁ ନୃସିଂହ ଆକାରେ

ବିଗ୍ରହ ହୁଏ ପୂଜିତ

ନୃସିଂହ ମହିମା ବ୍ୟାପ୍ତ ଶ୍ରୀକ୍ଷେତ୍ରରେ

ଶ୍ରୀକ୍ଷେତ୍ର ନୃସିଂହ କ୍ଷେତ୍ର


ବୈଶାଖ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ 

ନୃସିଂହ ଜନ୍ମ ପାଳନ

ନବକଳେବର ଦାରୁ ସଂଗ୍ରହ ରୁ

ନୃସିଂହ ପୂଜା ବିଧାନ

ସେ' ବିଷ୍ଣୁ ରୂପୀ ଶ୍ରୀଜଗନ୍ନାଥଙ୍କର 

ଆଦ୍ୟ ରୂପ ସହିତରେ

ଶ୍ରୀଲକ୍ଷ୍ମୀ ବିରାଜମାନ କରିଥାନ୍ତି 

ପୁଣି କାର୍ତ୍ତିକ ମାସରେ

ଶାନ୍ତ ସୌମ୍ୟ ଲକ୍ଷ୍ମନୃସିଂହ ଦର୍ଶନ

ଅବକାଶ ନୀତି ପରେ

ବିଭିନ୍ନ ସ୍ୱର୍ଣ୍ଣ ଅଳଙ୍କାର ମଣ୍ଡିତ 

ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ

ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ରଙ୍କ 

ମସ୍ତକ ଶୀର୍ଷ ଭାଗରେ

ଜରି, ବେତ ଓ କନାରେ ଡାଳି,ଚୂଳ 

ପୁଣି ଜରି ଫୁଲରେ


ପବିତ୍ର କାର୍ତ୍ତିକ ମାସରେ ଏ ବେଶ

ଲକ୍ଷ୍ମୀ ନୃସିଂହ ସ୍ମରଣେ

ଓଡ଼ିଆ ଭାଗବତର ଆରମ୍ଭରେ

ନମଃ ନୃସିଂହ ଚରଣେ


Rate this content
Log in

Similar oriya poem from Abstract